ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟର ଛାତରୁ ପଡ଼ି ନାବାଳିକା ଗୁରୁତର

ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ  ଆଜି ମେଡିକାଲ ଛାତରୁ ଖସି ୮ବର୍ଷର ଝିଅ ଗୁରୁତର ହୋଇଛି। ଆହତ ଝିଅଟିକୁ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶିଶୁ କନ୍ୟାର ସମ୍ପର୍କୀୟ ଭାଉଜ ପ୍ରସୂତି କାରଣରୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟ ଚିକିତ୍ସା ହେଉଛନ୍ତି। ପିଲାଟି ତା’ର ମାଆ ସହିତ ସମ୍ପର୍କୀୟକୁ ଦେଖାକରିବା ପାଇଁ ମେଡିକାଲକୁ  ଆସିଥିଲା। ଛାତ ଉପରକୁ  ଲୁଗା ଶୁଖାଇବାକୁ ଯାଇଥିବା ବେଳେ  ଅସାବଧାନତା ବଶତଃ ତଳକୁ ପିଲାଟି ପଡ଼ିଯାଇଥିଲା।