ଅନାଦିଙ୍କ ବିରୋଧରେ ମାନହାନୀ ମକଦ୍ଦମା କଲେ ମାରିକ୍

ଭୁବନେଶ୍ୱର: ଡି’ ବ୍ରଦର୍ସ ଲିଙ୍କ୍‌କୁ ନେଇ ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ ଓ ପୂର୍ବତନ ପୋଲିସ ଆଇଜି ଅନାଦି ସାହୁଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। ପୂର୍ବରୁ ଅନାଦିଙ୍କ ନାଁରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଫୌଜଦାରୀ ମାମଲା ରୁଜୁ କରିଥିବା ମାରିକ୍ ଆଜି ତାଙ୍କ ନାଁରେ ମାନହାନୀ ମକଦ୍ଦମା ଦାୟର କରିଛନ୍ତି। ଭୁବନେଶ୍ୱର ସିନିୟର୍ ଡିଭିଜନ୍ ସିଭିଲ୍ କୋର୍ଟରେ ମାରିକ୍ ଅନାଦିଙ୍କ ନାଁରେ ଏହି ମାମଲା ଦାୟର କରିଛନ୍ତି। ସେ ଅନାଦିଙ୍କ ନାଁରେ ୫୦ ଲକ୍ଷ […]

sanjib-marik-and-anadi

sanjib-marik-and-anadi

Rakesh Mallick
  • Published: Friday, 04 March 2016
  • Updated: 07 March 2016, 11:12 AM IST

ଭୁବନେଶ୍ୱର: ଡି’ ବ୍ରଦର୍ସ ଲିଙ୍କ୍‌କୁ ନେଇ ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ ଓ ପୂର୍ବତନ ପୋଲିସ ଆଇଜି ଅନାଦି ସାହୁଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। ପୂର୍ବରୁ ଅନାଦିଙ୍କ ନାଁରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଫୌଜଦାରୀ ମାମଲା ରୁଜୁ କରିଥିବା ମାରିକ୍ ଆଜି ତାଙ୍କ ନାଁରେ ମାନହାନୀ ମକଦ୍ଦମା ଦାୟର କରିଛନ୍ତି। ଭୁବନେଶ୍ୱର ସିନିୟର୍ ଡିଭିଜନ୍ ସିଭିଲ୍ କୋର୍ଟରେ ମାରିକ୍ ଅନାଦିଙ୍କ ନାଁରେ ଏହି ମାମଲା ଦାୟର କରିଛନ୍ତି। ସେ ଅନାଦିଙ୍କ ନାଁରେ ୫୦ ଲକ୍ଷ ଟଙ୍କାର ମାନହାନୀ ମକଦ୍ଦମା ଦାୟର କରିଛନ୍ତି।

ଅନ୍ୟପକ୍ଷରେ ଅନାଦି କହିଛନ୍ତି ଯେ କୋର୍ଟ ଡକାଇଲେ ସେ ନିଶ୍ଚିତ ଯିବେ। ଦୋଷୀ ସାବ୍ୟସ୍ତ ହେଲେ ସେ ଅତିବେଶୀରେ ଲକ୍ଷେ ଟଙ୍କା ମାରିକଙ୍କୁ ଦେଇ ପାରିବେ। ଯଦି ପୂରା ୫୦ ଲକ୍ଷ ଟଙ୍କା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେବେ, ତା’ହେଲେ ସେ ବାକି ୪୯ ଲକ୍ଷ ଟଙ୍କା ମାରିକଙ୍କୁ ହିଁ ମାଗିବେ। କାରଣ ମାରିକଙ୍କ ପାଖରେ କୋଟି କୋଟି ଟଙ୍କା ଅଛି।

ଡି’ ବ୍ରଦର୍ସଙ୍କ ସହ ମାରିକଙ୍କ ସିଧାସଳଖ ସମ୍ପର୍କ ଥିବା ଅନାଦି ଅଭିଯୋଗ ଆଣିଥିଲେ। ଡି’ବ୍ରଦର୍ସଙ୍କଠାରୁ ମାରିକ୍ ୭ କୋଟିରୁ ଅଧିକ ଟଙ୍କା ନେଇଥିବା ସେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ମାରିକ୍ ଏସବୁ ଅଭିଯୋଗକୁ ଖଣ୍ଡନ କରିବା ସହ ଅନାଦିଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଥିଲେ।

ମାର୍ଚ୍ଚ୧ରେ ମାରିକ ଅନାଦିଙ୍କ ବିରୋଧରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଏକ ଫୌଜଦାରୀ ମାମଲା ରୁଜୁ କରିଥିଲେ। ଏଥିସହ ଅନାଦି ତାଙ୍କ ବିରୋଧରେ ମିଛ ଅଭିଯୋଗ ଆଣି ତାଙ୍କ ସମ୍ମାନହାନୀ କରିଥିବାରୁ ସେ ତାଙ୍କ ବିରୋଧରେ ୫୦ ଲକ୍ଷ ଟଙ୍କାର ମାନହାନୀ ମୋକଦ୍ଦମା ଦାୟର କରିବେ ବୋଲି ଚେତାବନୀ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos