ଅନାଦି-ମାରିକ ବିବାଦ: ଆଜିଠୁ କୋର୍ଟରେ ଶୁଣାଣି ଆରମ୍ଭ, ମାରିକ ରଖିଲେ ପକ୍ଷ

ଭୁବନେଶ୍ୱର: ଡି’ ବ୍ରଦର୍ସ ଲିଙ୍କ୍ ମନ୍ତବ୍ୟ ନେଇ ପୂର୍ବତନ ଡିଜିପି ସଞ୍ଜୀବ ମାରିକ ପୂର୍ବତନ ଆଇଜି ଅନାଦି ସାହୁଙ୍କ ବିରୋଧରେ ଭୁବନେଶ୍ୱରର ଏସ୍‌ଡିଜେଏମ୍‌ କୋର୍ଟରେ ଯେଉଁ ଫୌଜଦାରୀ ମାମଲା ରୁଜୁ କରିଥିଲେ, ତା’ର ଶୁଣାଣି ଆଜିଠାରୁ ଆରମ୍ଭ ହୋଇଛି। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ମାରିକ ଆଜି ହାଜର ହୋଇ ତାଙ୍କ ପକ୍ଷ ରଖିଥିଲେ। ମାରିକ କହିଛନ୍ତି,“ଶସ୍ତା ଲୋକପ୍ରିୟତା ହାସଲ ପାଇଁ ଅନାଦି ଏଭଳି ଯୋଜନ କରିଛନ୍ତି। ଏହା ଦ୍ୱାରା ମୋର ମାନସିକ ଯନ୍ତ୍ରଣା ସହିତ ସାମାଜିକ କ୍ଷତି […]

sanjib-marik-and-anadi-

sanjib-marik-and-anadi-

Rakesh Mallick
  • Published: Friday, 11 March 2016
  • Updated: 11 March 2016, 04:25 PM IST

Sports

Latest News

ଭୁବନେଶ୍ୱର: ଡି’ ବ୍ରଦର୍ସ ଲିଙ୍କ୍ ମନ୍ତବ୍ୟ ନେଇ ପୂର୍ବତନ ଡିଜିପି ସଞ୍ଜୀବ ମାରିକ ପୂର୍ବତନ ଆଇଜି ଅନାଦି ସାହୁଙ୍କ ବିରୋଧରେ ଭୁବନେଶ୍ୱରର ଏସ୍‌ଡିଜେଏମ୍‌ କୋର୍ଟରେ ଯେଉଁ ଫୌଜଦାରୀ ମାମଲା ରୁଜୁ କରିଥିଲେ, ତା’ର ଶୁଣାଣି ଆଜିଠାରୁ ଆରମ୍ଭ ହୋଇଛି। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ମାରିକ ଆଜି ହାଜର ହୋଇ ତାଙ୍କ ପକ୍ଷ ରଖିଥିଲେ।

ମାରିକ କହିଛନ୍ତି,“ଶସ୍ତା ଲୋକପ୍ରିୟତା ହାସଲ ପାଇଁ ଅନାଦି ଏଭଳି ଯୋଜନ କରିଛନ୍ତି। ଏହା ଦ୍ୱାରା ମୋର ମାନସିକ ଯନ୍ତ୍ରଣା ସହିତ ସାମାଜିକ କ୍ଷତି ଘଟିଛି।”

ତେବେ କୋର୍ଟରେ ସବୁ କଥାର ଜବାବ ଦେବେ ବୋଲି ଅନାଦି ସାହୁ କହିଛନ୍ତି।

ଏହି ମାମଲାରେ ମାରିକଙ୍କୁ ମିଶାଇ ୫ ଜଣ ସାକ୍ଷୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ମାରିକଙ୍କ ପୁଅ, ସଂପର୍କୀୟ ଓ ସାଙ୍ଗ ଅଛନ୍ତି। ଏ ସମସ୍ତଙ୍କ ବୟାନ ରେକର୍ଡ ପରେ କୋର୍ଟ ପୂର୍ବତନ ଆଇଜି ଅନାଦି ସାହୁଙ୍କୁ ସମନ କରିପାରନ୍ତି।

ମାରିକ କୋର୍ଟରେ ୪୫ ମିନିଟ ଧରି ନିଜ ଯୁକ୍ତି ଉପସ୍ଥାପନ କରିଥିଲେ। ଡି’ ବ୍ରଦର୍ସଙ୍କ ସହ ତାଙ୍କର ସମ୍ପର୍କ, ତାଙ୍କଠାରୁ ସେ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ୨ କୋଟି ୫୦ ଲକ୍ଷ ଟଙ୍କା ନେବା, ଡି’ ବ୍ରଦର୍ସ ତାଙ୍କ ପୁଅ ବାହାଘର ଖର୍ଚ୍ଚ ଉଠାଇବା, ଡି’ ଲିଙ୍କ ଖୋଳତାଡ଼ କରୁଥିବା ଅଫିସରଙ୍କୁ ବଦଳି କରିବା ଓ ଡି’ ଲିଙ୍କ ପାଇଁ ତାଙ୍କୁ ଡିଜି ପଦରୁ ହଟା ଯାଇଥିବା ନେଇ ଅନାଦି ଅଭିଯୋଗ ଆଣିଥିଲେ। ଏ ସବୁ ଅଭିଯୋଗକୁ ଅନାଦି ପ୍ରମାଣ କରନ୍ତୁ ବୋଲି ମାରିକ କୋର୍ଟଙ୍କୁ ଜଣାଇଛନ୍ତି।

ମାରିକଙ୍କର ଡି’ବ୍ରଦର୍ସଙ୍କ ସହିତ ସଂପର୍କ ଅଛି ଓ ସେ ସେମାନଙ୍କ ସହିତ ପ୍ରାୟ ୭ କୋଟି ଟଙ୍କାର କାରବାର କରିଥିଲେ ବୋଲି ଅନାଦି ଅଭିଯୋଗ କରିଥିଲେ। ସେହିପରି ମାରିକ ତାଙ୍କ ପୁଅ ବାହାଘର ପାଇଁ ଡି’ବ୍ରଦର୍ସଙ୍କଠାରୁ ଟଙ୍କା ଆଣିଥିବା ମଧ୍ୟ ଅନାଦି ଅଭିଯୋଗ କରିଥିଲେ। ଏହା ପରେ ମାରିକ ମାର୍ଚ୍ଚ ୧ରେ ଅନାଦିଙ୍କ ବିରୋଧରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଏକ ଫୌଜଦାରୀ ମାମଲା ରୁଜୁ କରିଥିଲେ। ତା’ପରେ ମାର୍ଚ୍ଚ ୪ ତାରିଖରେ ଭୁବନେଶ୍ୱର ସିନିୟର୍ ଡିଭିଜନ୍ ସିଭିଲ୍ କୋର୍ଟରେ ସେ ଅନାଦିଙ୍କ ନାଁରେ ମାନହାନୀ ମାମଲା ଦାଏର କରିଥିଲେ। ସେ ଅନାଦିଙ୍କ ନାଁରେ ୫୦ ଲକ୍ଷ ଟଙ୍କାର ମାନହାନୀ ମକଦ୍ଦମା ଦାଏର କରିଛନ୍ତି। ଏହି ମାମଲାରେ ଏପ୍ରିଲ୍ ୫ ତାରିଖରେ କୋର୍ଟରେ ହାଜର ହେବାକୁ ଅନାଦିଙ୍କୁ ସମନ ମିଳିଛି। ସେ ବ୍ୟକ୍ତିଗତ ଭାବେ ଅବା ଓକିଲଙ୍କ ଜରିଆରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story