ଭୁଶୁଡ଼ି ଗଲା ପୋଲ: ଅଳ୍ପକେ ବର୍ତ୍ତିଲେ ୫ ଶ୍ରମିକ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୁରୁଣାଘାଟିରେ ଆନନ୍ଦପୁର-ହଦଗଡ଼ ନଦୀ ସଂଯୋଗୀକରଣ କେନାଲ ପୋଲ ଭୁଶୁଡ଼ି ଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। କାମ ଚାଲିଥିବା ବେଳେ ପୋଲଟି ଭୁଶୁଡ଼ି ପଡିଛି। ଏଥିରୁ ୫ ଜଣ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଶ୍ରମିକମାନେ ସାମାନ୍ୟ ଆହତ ହୋଇଛନ୍ତି।

ନିମ୍ନମାନର କାମ ଯୋଗୁଁ ପୋଲଟି ଭୁଶୁଡ଼ି ପଡ଼ିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।