ଅନାସ୍ଥାରେ ହାରିଲେ ଆନନ୍ଦପୁର ପୌରାଧ୍ୟକ୍ଷା

କେନ୍ଦୁଝର: ଆନନ୍ଦପୁର ପୌରାଧ୍ୟକ୍ଷା ସରସ୍ୱତୀ ଜେନା ଆଜି ଅନାସ୍ଥା ଭୋଟରେ ହାରି ପଦଚ୍ୟୁତ ହୋଇଛନ୍ତି। ୧୬ ଜଣ କାଉନସିଲରଙ୍କ ମଧ୍ୟରୁ ୧୨ ଜଣ ତାଙ୍କ ବିପକ୍ଷରେ ଭୋଟ ଦେଇଥିଲେ।

ଏଥିପାଇଁ ଜୁଲାଇ ୨୩ ତାରିଖରେ ଭୋଟ୍‌ ଗ୍ରହଣ ହୋଇଥିଲା। ୧୬ ଜଣ କାଉନସିଲରଙ୍କ ମଧ୍ୟରୁ ୧୨ ଜଣ କାଉନ୍‌ସିଲର ଭୋଟ ଦାନ କରିଥିବା ବେଳେ ପୌରାଧ୍ୟକ୍ଷାଙ୍କ ସମେତ ୪ କାଉନସିଲର ଭୋଟ ଦାନରୁ ବିରତ ରହିଥିଲେ।

ହାଇକୋର୍ଟଙ୍କ ରହିତାଦେଶ ଉଠିବା ପରେ ଆଜି ଫଳାଫଳ ପ୍ରକାଶ ପାଇଛି।

ଜୁନ ୨୮ ତାରିଖରେ ପୌରାଧ୍ୟକ୍ଷା ସରସ୍ୱତୀ ଜେନାଙ୍କ ବିରୋଧରେ ୯ କାଉନ୍‌ସିଲର ଜିଲ୍ଲାପାଳଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ସେମାନଙ୍କ ମଧ୍ୟରେ ୫ ଜଣ ବିଜେଡି କାଉନସିଲର ହୋଇଥିବା ବେଳେ ଦୁଇ ଜଣ କଂଗ୍ରେସର ଓ ଦୁଇ ଜଣ ସ୍ୱାଧୀନ କାଉନସିଲର ଥିଲେ।