ବିନ୍ଦୁସାଗରରେ ପ୍ରାକ୍‌ ଐତିହାସିକ ଯୁଗର ମାଛ: ମୁହଁ ଦେଖିବାକୁ କୁମ୍ଭୀର ପରି

ଭୁବନେଶ୍ୱର: ଭୁବନେଶ୍ୱର ବିନ୍ଦୁସାଗରରୁ ଧରାପଡିଲା ଆଲିଗେଟର ଗାର୍ ପ୍ରଜାତିର ଏକ ବିରଳ ମାଛ। ନନ୍ଦନକାନନ ଓ ଫରେଷ୍ଟ ବିଭାଗର ମିଳିତ ଉଦ୍ୟମରେ ମାଛକୁ ଧରାଯାଇଛି। ଏହି ପ୍ରଜାତିର ମାଛର ଦାନ୍ତ ଥିବାରୁ କାଳେ ବଡ ହୋଇ ଯାତ୍ରୀଙ୍କୁ ଆକ୍ରମଣ କରିବ ସେହି ଦୃଷ୍ଟିରୁ  ମାଛଟିକୁ ନନ୍ଦନକାନନକୁ ନିଆଯାଇଛି। ସେଠାରେ ଏକ ସ୍ପେଶାଲ୍ ଏନ୍‌କ୍ଲୋଜରରେ ରଖାଯିବ। ମାଛଟିର ମୁହଁଟି କୁମ୍ଭୀର ଭଳି। ଏହି ମାଛ ସାଉଥ୍ ଆମେରିକାରେ ଦେଖାଯାଉଥିବା ବେଳେ ଗତକାଲି ବିନ୍ଧୁସାରରେ ଏହା ଧରାପଡିଥିଲା।  ସ୍ଥାନୀୟ ଅଞ୍ଚଳର […]

fish

fish

Rakesh Mallick
  • Published: Friday, 23 June 2017
  • Updated: 23 June 2017, 11:11 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ବିନ୍ଦୁସାଗରରୁ ଧରାପଡିଲା ଆଲିଗେଟର ଗାର୍ ପ୍ରଜାତିର ଏକ ବିରଳ ମାଛ। ନନ୍ଦନକାନନ ଓ ଫରେଷ୍ଟ ବିଭାଗର ମିଳିତ ଉଦ୍ୟମରେ ମାଛକୁ ଧରାଯାଇଛି। ଏହି ପ୍ରଜାତିର ମାଛର ଦାନ୍ତ ଥିବାରୁ କାଳେ ବଡ ହୋଇ ଯାତ୍ରୀଙ୍କୁ ଆକ୍ରମଣ କରିବ ସେହି ଦୃଷ୍ଟିରୁ  ମାଛଟିକୁ ନନ୍ଦନକାନନକୁ ନିଆଯାଇଛି। ସେଠାରେ ଏକ ସ୍ପେଶାଲ୍ ଏନ୍‌କ୍ଲୋଜରରେ ରଖାଯିବ।

ମାଛଟିର ମୁହଁଟି କୁମ୍ଭୀର ଭଳି। ଏହି ମାଛ ସାଉଥ୍ ଆମେରିକାରେ ଦେଖାଯାଉଥିବା ବେଳେ ଗତକାଲି ବିନ୍ଧୁସାରରେ ଏହା ଧରାପଡିଥିଲା।  ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ମାଛ ଧରୁଥିବା ବେଳେ ବଂଶିରେ ମାଛଟି ଫସିଯାଇଥିଲା। ଅନୁମାନ କରାଯାଉଛି ମାଛଟିକୁ କେହି ଆକ୍ୱାରିୟମ୍‌ରେ ରଖିଥିଲେ। ତେବେ ମାଛଟି ବଡ଼ ହେବା ପରେ ସେ ଏହାକୁ ଆଣି ବିନ୍ଦୁସାଗରରେ ଛାଡିଦେଇଛି।

ମାଛଟି ପ୍ରାୟ ୭ରୁ ୮ ଫୁଟ୍ ପର୍ଯ୍ୟନ୍ତ ବଢିବ ଏବଂ ଏହା ପ୍ରାକ ଐତିହାସିକ ଯୁଗର ମାଛ ବୋଲି ନନ୍ଦନକାନନର ସହକାରୀ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos