ସୀମାନ୍ତ କୋଟିଆରେ ଆନ୍ଧ୍ରବାବୁ ବାଣ୍ଟିଲେ କମ୍ୱଳ ଓ ଭତ୍ତା

କୋରାପୁଟ(ଓଡ଼ିଶା ରିପୋର୍ଟର): ଓଡ଼ିଶାର ସୀମାନ୍ତ କୋଟିଆ ଗ୍ରାମପୁଞ୍ଜ ଉପରେ ଆନ୍ଧ୍ରପ୍ରଦେଶ ଆଖି ପକାଇଛି। କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ କୋଟିଆ ପଞ୍ଚାୟତବାସୀଙ୍କ ମନ ଜିଣିବା ପାଇଁ ଆନ୍ଧ୍ରର ସରକାରୀ ବାବୁ ଆଜି ଭତ୍ତା ଓ କମ୍ୱଳ ବାଣ୍ଟିଛନ୍ତି। ଫେରିବା ବେଳେ କୁନ୍ଦୁଲି ନିକଟରେ କିଛି ଅଧିକାରୀଙ୍କୁ କୋରାପୁଟ ଉପଜିଲ୍ଲାପାଳ ଅଟକାଇ ନଆସିବା ପାଇଁ ତାଗିଦ କରିଥିଲେ। ଜାନୁଆରୀ ୨ରୁ ୧୧ ତାରିଖ ପର୍ଯ୍ୟନ୍ତ ଆନ୍ଧ୍ର ସରକାର ମା’ ଉରୁ ବା ଜନ୍ମଭୂମି କାର୍ଯ୍ୟକ୍ରମ ପାଳନ କରୁଛନ୍ତି। […]

andhara govt destribute patta and blanket

andhara govt destribute patta and blanket

Rakesh Mallick
  • Published: Tuesday, 09 January 2018
  • Updated: 09 January 2018, 11:12 PM IST

Sports

Latest News

କୋରାପୁଟ(ଓଡ଼ିଶା ରିପୋର୍ଟର): ଓଡ଼ିଶାର ସୀମାନ୍ତ କୋଟିଆ ଗ୍ରାମପୁଞ୍ଜ ଉପରେ ଆନ୍ଧ୍ରପ୍ରଦେଶ ଆଖି ପକାଇଛି। କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ କୋଟିଆ ପଞ୍ଚାୟତବାସୀଙ୍କ ମନ ଜିଣିବା ପାଇଁ ଆନ୍ଧ୍ରର ସରକାରୀ ବାବୁ ଆଜି ଭତ୍ତା ଓ କମ୍ୱଳ ବାଣ୍ଟିଛନ୍ତି। ଫେରିବା ବେଳେ କୁନ୍ଦୁଲି ନିକଟରେ କିଛି ଅଧିକାରୀଙ୍କୁ କୋରାପୁଟ ଉପଜିଲ୍ଲାପାଳ ଅଟକାଇ ନଆସିବା ପାଇଁ ତାଗିଦ କରିଥିଲେ।

ଜାନୁଆରୀ ୨ରୁ ୧୧ ତାରିଖ ପର୍ଯ୍ୟନ୍ତ ଆନ୍ଧ୍ର ସରକାର ମା’ ଉରୁ ବା ଜନ୍ମଭୂମି କାର୍ଯ୍ୟକ୍ରମ ପାଳନ କରୁଛନ୍ତି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଆଜି ବିଜୟନଗର୍‌ମ ଜିଲ୍ଲାପାଳ ନିଜ ଟିମ୍‌ ସହିତ ପ୍ରାୟ ୧୫ରୁ ଅଧିକ ଗାଡ଼ିରେ ଆସି ଗଞ୍ଜେଇପଦର ଗାଁରେ ପହଞ୍ଚି ଥିଲେ। ସ୍ଥାନୀୟ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ସଭା ଆୟୋଜନ କରି ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ୧୦୦୦ ଟଙ୍କା ଓ କମ୍ୱଳ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜୟନଗରମ୍ ଜିଲ୍ଲାପାଳ, ଏସ୍‌ପି ଓ ବିଧାୟକ ଉପସ୍ଥିତ ଥିବା ଜଣାପଡ଼ିଛି। ପରେ କିଛି ଅଧିକାରୀ କୁନ୍ଦୁଲି ଦେଇ ଆନ୍ଧ୍ର ଫେରୁଥିବା ବେଳେ କୋରାପୁଟ ଉପଜିଲ୍ଲାପାଳ କୃତିବାସ ରାଉତ ସେମାନଙ୍କ ଗାଡ଼ିକୁ ଅଟକାଇ ଥିଲେ। ଏପରି ଅନୁପ୍ରବେଶ ନକରିବାକୁ ସେମାନଙ୍କୁ ତାଗିଦ କରିଥିଲେ। ପରେ ଉପଜିଲ୍ଲାପାଳ ଗଞ୍ଜେଇପଦର ଗାଁକୁ ଯାଇ ଲୋକଙ୍କ ସହିତ ଆଲୋଚନା କରିଥିଲେ।

କୋରାପୁଟ ଜିଲ୍ଲାପାଳ ଅନୁପମ୍‌ ଶାହା କହିଛନ୍ତି-“ସୀମାନ୍ତ କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ଅଧିକାରୀମାନେ ଆସି ଶିବିର ଆୟୋଜନ କରିଥିଲେ। ଏ ସମ୍ପର୍କରେ ଖବର ପାଇ ଉପଜିଲ୍ଲାପାଳ ଉକ୍ତ ଗାଁକୁ ଯାଇଛନ୍ତି। ତାଙ୍କ ରିପୋର୍ଟ ମିଳିବା ପରେ ସବୁକିଛି ଜଣାପଡ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos