ଅନୁଗୋଳ: ନାଲକୋ ଆସପଣ୍ଡ୍-୨ରେ ଫାଟ

ଅନୁଗୋଳ: ଅନୁଗୋଳ ସ୍ଥିତ ନାଲକୋ ଆସପଣ୍ଡ୍ -୨ରେ ପୁଣି ଥରେ ଫାଟ ଦେଖା ଦେଇଛି। ଫଳରେ ଏଥିରୁ ବାହାରୁଥିବା ପାଉଁଶ ମିଶା ପାଣି ନନ୍ଦିରା ନାଳରେ ମିଶୁଥିବା ଅଭିଯୋଗ ହୋଇଛି। ଏହାସହ ପାଉଁଶ ଗୁଣ୍ଡ ଉଡ଼ି ପରିବେଶ ଦୂଷିତ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ନାଲକୋ ଆସପଣ୍ଡରେ ଏଭଳି ଫାଟ ସୃଷ୍ଟି ହେବା କିଛି ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଅନେକ ଥର ନାଲକୋ ଆସପଣ୍ଡ୍ -୨ରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ […]

angual

angual

Rakesh Mallick
  • Published: Wednesday, 10 February 2016
  • Updated: 10 February 2016, 03:20 AM IST

ଅନୁଗୋଳ: ଅନୁଗୋଳ ସ୍ଥିତ ନାଲକୋ ଆସପଣ୍ଡ୍ -୨ରେ ପୁଣି ଥରେ ଫାଟ ଦେଖା ଦେଇଛି। ଫଳରେ ଏଥିରୁ ବାହାରୁଥିବା ପାଉଁଶ ମିଶା ପାଣି ନନ୍ଦିରା ନାଳରେ ମିଶୁଥିବା ଅଭିଯୋଗ ହୋଇଛି। ଏହାସହ ପାଉଁଶ ଗୁଣ୍ଡ ଉଡ଼ି ପରିବେଶ ଦୂଷିତ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ନାଲକୋ ଆସପଣ୍ଡରେ ଏଭଳି ଫାଟ ସୃଷ୍ଟି ହେବା କିଛି ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଅନେକ ଥର ନାଲକୋ ଆସପଣ୍ଡ୍ -୨ରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା।

ଗତ ୨୦୦୦ ମସିହାରେ ନାଲକୋ ଆସପଣ୍ଡ୍ ଭାଙ୍ଗି ବଡ଼ ଧରଣର ବିପର୍ଯ୍ୟୟ ଘଟିଥିଲା। ଏକର ଏକର ଚାଷ ଜମିରେ ପାଉଁଶ ପାଣି  ମାଡ଼ି ଫସଲ ନଷ୍ଟ ହୋଇଥିଲା। ସେହିପରି ୨୦୧୧ ଅକ୍ଟୋବର ମାସରେ ଆସପଣ୍ଡ୍-୨ରେ ଦୁଇ ଦୁଇ ଥର ଫାଟି ଘାଇ ସୃଷ୍ଟି ହୋଇଥିଲା। ଏ ନେଇ ଆନ୍ଦୋଳନ ପରେ ସ୍ଥିତିର ଅନୁଧ୍ୟାନ କରାଯାଇଥିଲା।

ଆସପଣ୍ଡ୍‌-୨ରେ ଫାଟ ସୃଷ୍ଟି ହେବା ଘଟଣାକୁ ନେଇ ୨୦୧୨ରେ ବିଧାନସଭାରେ ଜୋରଦାର ଚର୍ଚ୍ଚା ହେବା ପରେ ରାଜ୍ୟ ପ୍ରଦୂଷଣ ନିୟମନ୍ତ୍ରଣ ବୋର୍ଡ ଆସପଣ୍ଡ୍‌-୨କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ପରେ ନାଲକୋ କର୍ତ୍ତୃପକ୍ଷ ପୁଣିଥରେ ଆସପଣ୍ଡ୍‌-୨କୁ କାର୍ଯ୍ୟକାରୀ କରିଥିଲେ।

ଏଭଳି ଫାଟ ଏବଂ ପାଉଁଶ ପାଣି ନିର୍ଗତ କାରଣରୁ ନାଲକୋ, ବଳରାମପ୍ରସାଦ ଓ କୁକୁଡାଙ୍ଗ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos