କଙ୍ଗାରୁ କୋର୍ଟ ଓ ଘଣ୍ଟାପିଟା ଘଟଣା ପଛରେ ବିଧାୟକଙ୍କ ହାତ?

ଭୁବନେଶ୍ୱର: କଙ୍ଗାରୁ କୋର୍ଟର ଦଣ୍ଡ ପାଇଁ ଗାଁ ଦାଣ୍ଡରେ ଘଣ୍ଟା ବଜାଇଥିଲେ ଅନୁଗୋଳର ଦୁଷ୍ମନ୍ତ ସାହୁ। ଏହି ଘଟଣାର ନ୍ୟାୟ ପାଇଁ ସେ ଓ ତାଙ୍କ ପତ୍ନୀ ଆଜି ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ଅମାନବୀୟ ଦଣ୍ଡ ଦେବା ପଛରେ ସ୍ଥାନୀୟ ବିଧାୟକ ରଜନୀକାନ୍ତ ସିଂହଙ୍କ ହାତ ରହିଥିବା ସେ ଅଭିଯୋଗ କରିଛନ୍ତି। ବିଧାୟକଙ୍କ ପ୍ରରୋଚନାରେ ପଡି ପ୍ରଥମେ ତାଙ୍କ ପରିବାରକୁ ଗାଁରୁ ବାସନ୍ଦ କରାଯାଇଥିଲା। ପରେ ଗାଁରେ ମିଶିବାକୁ ହେଲେ ୫୦,୦୦୦ ଟଙ୍କା […]

angul

angul

Rakesh Mallick
  • Published: Tuesday, 11 July 2017
  • Updated: 12 July 2017, 07:31 AM IST

ଭୁବନେଶ୍ୱର: କଙ୍ଗାରୁ କୋର୍ଟର ଦଣ୍ଡ ପାଇଁ ଗାଁ ଦାଣ୍ଡରେ ଘଣ୍ଟା ବଜାଇଥିଲେ ଅନୁଗୋଳର ଦୁଷ୍ମନ୍ତ ସାହୁ। ଏହି ଘଟଣାର ନ୍ୟାୟ ପାଇଁ ସେ ଓ ତାଙ୍କ ପତ୍ନୀ ଆଜି ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ଅମାନବୀୟ ଦଣ୍ଡ ଦେବା ପଛରେ ସ୍ଥାନୀୟ ବିଧାୟକ ରଜନୀକାନ୍ତ ସିଂହଙ୍କ ହାତ ରହିଥିବା ସେ ଅଭିଯୋଗ କରିଛନ୍ତି। ବିଧାୟକଙ୍କ ପ୍ରରୋଚନାରେ ପଡି ପ୍ରଥମେ ତାଙ୍କ ପରିବାରକୁ ଗାଁରୁ ବାସନ୍ଦ କରାଯାଇଥିଲା। ପରେ ଗାଁରେ ମିଶିବାକୁ ହେଲେ ୫୦,୦୦୦ ଟଙ୍କା ଜୋରିମାନା ଦେବାକୁ ସର୍ତ୍ତ ରଖିଥିଲେ। ଏଥିରେ ଦୁଷ୍କନ୍ତ ରାଜି ନହେବାରୁ ଗାଁ ଦାଣ୍ଡ ବୁଲି ଘଣ୍ଟା ପିଟିବାକୁ ବିଧାୟକ କହିବାରୁ ତାଙ୍କ କଥାରେ ପଡି ମତେ ଏପରି ଦଣ୍ଡ ଦିଆଯାଇଥିଲା ବୋଲି ସେ ରାଜ୍ୟ ମାନବାଧିକାରଙ୍କୁ ଜଣାଇଛନ୍ତି। ମୋତେ ନ୍ୟାୟ ଦିଆଯାଉ ବୋଲି ଦାବି କରିଛନ୍ତି।

ସେପଟେ ଦୁଷ୍ମନ୍ତଙ୍କ ସ୍ୱରରେ ସ୍ୱର ମିଳାଇଛି ରାଜ୍ୟ ବିଜେପି। ବିଧାୟକଙ୍କ ଏହା ବ୍ରିଟଶ ରାଜ ବୋଲି ବିଜେପି କହିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା।

ବିଧାୟକ ରଜନୀକାନ୍ତ ସିଂହ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବିଜେପିର ପ୍ରରୋଚନାରେ ପଡି ଦୁଷ୍ମନ୍ତ ଏପରି କହୁଥିବା ରଜନୀକାନ୍ତ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos