ଅନୁଗୋଳ: ୧୬ କଂଗ୍ରେସ ନେତାଙ୍କୁ ଗିରଫ ପ୍ରତିବାଦରେ ଏସ୍‌ପି ଅଫିସ୍ ଘେରାଉ, ପୋଲିସ୍ ଉପରକୁ ଅଣ୍ଡାମାଡ଼

ଅନୁଗୋଳ: ମହାନଦୀ ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗତକାଲି ସାରା ରାଜ୍ୟରେ ବନ୍ଦ ପାଳନ ବେଳେ ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା ସହିତ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ଅଭିଯୋଗରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସମେତ ୧୬ ଜଣଙ୍କୁ ଗିରଫ କରାଯିବା ପ୍ରତିବାଦରେ  ଆଜି ଏସ୍‌ପି ଅଫିସ୍ ଘେରାଉ କରାଯାଇଥିଲା। ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା, ଛାତ୍ର କଂଗ୍ରେସ ରାଜ୍ୟ […]

congress

congress

Rakesh Mallick
  • Published: Wednesday, 17 August 2016
  • Updated: 17 August 2016, 07:54 PM IST

Sports

Latest News

congressଅନୁଗୋଳ: ମହାନଦୀ ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗତକାଲି ସାରା ରାଜ୍ୟରେ ବନ୍ଦ ପାଳନ ବେଳେ ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା ସହିତ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ଅଭିଯୋଗରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସମେତ ୧୬ ଜଣଙ୍କୁ ଗିରଫ କରାଯିବା ପ୍ରତିବାଦରେ  ଆଜି ଏସ୍‌ପି ଅଫିସ୍ ଘେରାଉ କରାଯାଇଥିଲା।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା, ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ଇତିଶ ପ୍ରଧାନଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ଦଳୀୟ ନେତା ଏଥିରେ ସାମିଲ ହୋଇଥିଲେ।

କଂଗ୍ରେସ କର୍ମୀମାନେ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଏସ୍‌ପି ଅଫିସ୍‌ ସମ୍ମୁଖରେ ପହଞ୍ଚିଥିଲେ। ସେମାନେ ଏସ୍‌ପି ଅଫିସ୍‌ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଫଳରେ କିଛି ସମୟ ଧରି ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ଦଳୀୟ ନେତାଙ୍କ ଗିରଫକୁ ତୀବ୍ର ସମାଲୋଚନା କରାଯାଇଥିଲା। ଦଳର ବରିଷ୍ଠ ନେତାମାନେ ଏସ୍‌ପିଙ୍କ ବଦଳି ଦାବି କରିଥିଲେ। ସଭା ଶେଷରେ ହଠାତ୍ କର୍ମୀମାନେ ସେଠାରେ ଉପସ୍ଥିତ ପୋଲିସ୍ କର୍ମୀଚାରୀଙ୍କ ଉପରକୁ ଅଣ୍ଡାମାଡ଼ କରିଥିଲେ। ତେବେ ଅଣ୍ଡାମାଡ଼ ଘଟଣାକୁ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଖଣ୍ଡନ କରିଛନ୍ତି।

ଅତିରିକ୍ତ ଏସ୍‌ପି ପ୍ରଦୀପ ମିଶ୍ର କହିଛନ୍ତି ଯେ ଅଣ୍ଡାମାଡ଼ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପ୍ରତିବାଦ ସଭା ପରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଗିରଫ ଦଳୀୟ ନେତା ଓ କର୍ମୀଙ୍କୁ ଜେଲ୍‌ରେ ଯାଇ ଭେଟି ଥିଲେ।

ସୂଚନାଯୋଗ୍ୟ, ଗତକାଲି ବନ୍ଦ ପାଳନ ବେଳେ କଂଗ୍ରେସ କର୍ମୀମାନେ ଜିଲ୍ଲାର ବଅଁରପାଳ ତହସିଲ୍ ଓ ବ୍ଲକ୍‌ ଅଫିସ୍‌ରେ ଭଙ୍ଗାରୁଜା କରିବା ସହିତ ନାଲ୍‌କୋ ଥାନା ଆଇଆଇସିଙ୍କୁ ଠେଲାପେଲା କରିଥିଲେ। ତା’ସହିତ ଅନୁଗୋଳ ସହରର ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରିବା ସହିତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ଉପରେ ଆକ୍ରମଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos