ପାଇପ୍‌ କଣା କରି ତେଲ ଚୋରି: କମ୍ପାନୀ କର୍ମଚାରୀଙ୍କ ପୁଅ ମାଷ୍ଟର ମାଇଣ୍ଡ

ଅନୁଗୋଳ(ଓଡ଼ିଶା ରିପୋର୍ଟର): ପାଇପରେ କଣା କରି ତେଲ ଚୋରି କରୁଥିଲେ। ଶେଷରେ ଧରାପଡ଼ିଲା ତେଲ ଚୋରଙ୍କ ଏହି ଇଞ୍ଜିନିୟରିଂ ବୁଦ୍ଧି। ଏହି ଘଟଣାରେ ମାଷ୍ଟରମାଇଣ୍ଡ୍‌ ସହ ୧୨ ଜଣଙ୍କୁ ଗିରଫ କରିଲା ଅନୁଗୋଳ ପୋଲିସ। ଏବେ ମଧ୍ୟ ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଅନୁଗୋଳ ଏସ୍‌ପି କହିଛନ୍ତି। ଜରପଡ଼ା ଥାନା ଅଞ୍ଚଳ ଦେଇ ଯାଇଥିବା ଆଇଓସିଏଲ୍‌ ପାଇପ୍‌ ଲାଇନ୍‌ରୁ ତେଲ ଚୋରି ହେଉଥିଲା। ଏହି ଚୋରି ତେଲ ଏକ ପେଟ୍ରୋଲ ପମ୍ପକୁ […]

angul police arrest 12 oil thif

angul police arrest 12 oil thif

Rakesh Mallick
  • Published: Monday, 05 March 2018
  • Updated: 05 March 2018, 06:58 PM IST

Sports

Latest News

ଅନୁଗୋଳ(ଓଡ଼ିଶା ରିପୋର୍ଟର): ପାଇପରେ କଣା କରି ତେଲ ଚୋରି କରୁଥିଲେ। ଶେଷରେ ଧରାପଡ଼ିଲା ତେଲ ଚୋରଙ୍କ ଏହି ଇଞ୍ଜିନିୟରିଂ ବୁଦ୍ଧି। ଏହି ଘଟଣାରେ ମାଷ୍ଟରମାଇଣ୍ଡ୍‌ ସହ ୧୨ ଜଣଙ୍କୁ ଗିରଫ କରିଲା ଅନୁଗୋଳ ପୋଲିସ। ଏବେ ମଧ୍ୟ ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଅନୁଗୋଳ ଏସ୍‌ପି କହିଛନ୍ତି।

ଜରପଡ଼ା ଥାନା ଅଞ୍ଚଳ ଦେଇ ଯାଇଥିବା ଆଇଓସିଏଲ୍‌ ପାଇପ୍‌ ଲାଇନ୍‌ରୁ ତେଲ ଚୋରି ହେଉଥିଲା। ଏହି ଚୋରି ତେଲ ଏକ ପେଟ୍ରୋଲ ପମ୍ପକୁ ଯୋଗାଇ ଦିଆଯାଉଥିଲା। ଅଭିଯୁକ୍ତମାନେ ପାଇପ୍‌ ଲାଇନ୍‌ରେ କଣା କରି ତେଲ ଚୋରି କରୁଥିଲେ। ପାଖାପାଖି ୪୯ ହଜାର ଲିଟର ତେଲ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମାଷ୍ଟର ମାଇଣ୍ଡ ମଥୁରାର ବିନିତ ଗୁପ୍ତାଙ୍କ ପାଖରେ ପହଞ୍ଚି ଥିଲା। ଗିରଫ ବିନିତଙ୍କ ବାପା ଆଇଓସିଏଲ୍‌ରେ କାର୍ଯ୍ୟରତ ବୋଲି ଅଭିଯୋଗ ହେଉଛି। ଗିରଫ ଅନ୍ୟ ଅଭିଯୁକ୍ତମାନେ ହେଲେ ଦିଲ୍ଲୀର କରଣ ଶର୍ମା, ରାଜକୁମାର ବର୍ମା, ରଞ୍ଜନ ସିଂହ, ସୁବ୍ରତ  ଦାସ, କାମାକ୍ଷା ପ୍ରସାଦ, ଧନଞ୍ଜୟ ଦ୍ୱିବେଦୀ, ଗୌରିଶଙ୍କର ପୃଷ୍ଟି, ମଦନମୋହନ ସ୍ୱାଇଁ, ମା’ ତାରିଣୀ  ଫିଲିଂ ଷ୍ଟେସନ୍‌ର ବଶିଷ୍ଟ ସାହୁ, ଅଭିମନ୍ୟୁ ଭୋଳ, ପ୍ରଫୁଲ୍ଲ ପ୍ରଧାନ। ଏହି ତେଲ ଚୋରି ରାକେଟ୍‌ ଅନ୍ୟ ଯେଉଁମାନେ ଅଛନ୍ତି ସେମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ। ଏବେ ମଧ୍ୟ ଘଟଣାର ତଦନ୍ତ ଚାଲିଛି। ଏହି ଘଟଣାରେ ୪ ଲକ୍ଷ ୫୬ ହଜାର ଟଙ୍କା, ୨ଟି ଟ୍ୟାଙ୍କର ଓ କାର ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos