ମହଙ୍ଗା ପଡ଼ିଲା ସେଲିବ୍ରିଟିଙ୍କୁ ମାଡ଼ ମାରିବା: ପୁଅ ସହ ବନ୍ଧା ହେଲେ ଇନ୍ଦ୍ରମଣି

ଅନୁଗୋଳ (ବିରଜା ଦାଶ): ଫିଲ୍ମ ତଥା ଯାତ୍ରା ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ବିଚ୍‌ ରାସ୍ତାରେ ଅସଦାଚରଣ କରିବା ମହଙ୍ଗା ପଡ଼ିଲା। ଶେଷରେ ପୋଲିସ ଜାଲରେ ପଡ଼ିଲେ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରମଣି ସାହୁ ଓ ତାଙ୍କ ପୁଅ ଉଦିତ କୁମାର ସାହୁ। ଆଜି ପୋଲିସ ସେମାନଙ୍କ ସମେତ ଆଉ ୨ ଜଣଙ୍କୁ ମଧ୍ୟ ଗିରଫ କରିଛି। ସେମାନେ ହେଲେ ଦୁଷ୍ମନ୍ତ ସାହୁ ଓ ସୁଧାଂଶ ଶେଖର ନାୟକ। ପୂର୍ବରୁ ଇନ୍ଦ୍ରମଣିଙ୍କ ଗାଡ଼ି ଚାଳକ ଦୁଷ୍ମନ୍ତ ବେହେରାଙ୍କୁ ପୋଲିସ ଗିରଫ […]

ushashi

ushashi

Rakesh Mallick
  • Published: Monday, 30 April 2018
  • Updated: 30 April 2018, 04:44 PM IST

Sports

Latest News

ଅନୁଗୋଳ (ବିରଜା ଦାଶ): ଫିଲ୍ମ ତଥା ଯାତ୍ରା ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ବିଚ୍‌ ରାସ୍ତାରେ ଅସଦାଚରଣ କରିବା ମହଙ୍ଗା ପଡ଼ିଲା। ଶେଷରେ ପୋଲିସ ଜାଲରେ ପଡ଼ିଲେ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରମଣି ସାହୁ ଓ ତାଙ୍କ ପୁଅ ଉଦିତ କୁମାର ସାହୁ। ଆଜି ପୋଲିସ ସେମାନଙ୍କ ସମେତ ଆଉ ୨ ଜଣଙ୍କୁ ମଧ୍ୟ ଗିରଫ କରିଛି। ସେମାନେ ହେଲେ ଦୁଷ୍ମନ୍ତ ସାହୁ ଓ ସୁଧାଂଶ ଶେଖର ନାୟକ। ପୂର୍ବରୁ ଇନ୍ଦ୍ରମଣିଙ୍କ ଗାଡ଼ି ଚାଳକ ଦୁଷ୍ମନ୍ତ ବେହେରାଙ୍କୁ ପୋଲିସ ଗିରଫ କରିଥିଲା। ତେବେ ଫେରାର ଥିବା ଅନ୍ୟତମ ଅଭିଯୁକ୍ତ ଅଜିତ କୁମାର ସାହୁଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଅନୁଗୋଳ ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଛନ୍ତି।

ଗତ ୨୨ ତାରିଖରେ ଉଷସୀ ଏକ ଯାତ୍ରାରେ ଅଭିନୟ କରିବା ପାଇଁ ଅନୁଗୋଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ଡେରଙ୍ଗ ଗାଁକୁ ଯାଇଥିଲେ। ଅଭିଯୋଗ ଅନୁଯାୟୀ, ଉଷସୀଙ୍କ କାର୍‌ ଭିଡ଼କାଟି ଆଗକୁ ବଢୁଥିବା ବେଳେ ଇନ୍ଦ୍ରମଣି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହା ଦେଖି ସେ କାରରୁ ଓହ୍ଲାଇ ଇନ୍ଦ୍ରମଣିଙ୍କୁ ଥାପଡ଼ ମାରିଥିଲେ। ଏଇଠୁ ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ଇନ୍ଦ୍ରମଣି ବି ଉଷସୀଙ୍କୁ ମାଡ଼ ମାରିଥିଲେ। ପରେ ଭୁଲ୍ ମାଗି ସେଠାରୁ ଚାଲିଯାଇଥିଲେ। ପରେ ସେ ତାଙ୍କ ପୁଅମାନଙ୍କ ସହିତ ସେଠାରେ ପହଞ୍ଚିଥିଲେ ଓ  ଉଷସୀଙ୍କୁ ମାଡ଼ ମାରିଥିଲେ। ଏପରିକି ତାଙ୍କୁ ଉଲଗ୍ନ କରିଦେବାକୁ ଉଦ୍ୟମ କରାଯାଇଥିବା ମଧ୍ୟ ଉଷସୀ ଅଭିଯୋଗ କରିଥିଲେ। ଏହି ଗଣ୍ଡଗୋଳ ବେଳେ ଉଷସୀଙ୍କ କାରକୁ ମଧ୍ୟ ଭଙ୍ଗାରୁଜା କରାଯାଇଥିଲା।

ଏନେଇ ଉଷସୀ କଣିହାଁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରିଥିଲା। କେବଳ ଚାଳକ ଦୁଷ୍ମନ୍ତ ବେହେରାଙ୍କୁ ଗିରଫ କରି ଚୁପ୍‌ ବସିଥିଲା। ମାତ୍ର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିନଥିଲା। ଏହା ପରେ ଉଷସୀ କଟକରେ ସାମ୍ୱାଦିକ ସମ୍ମିଳନୀ କରି ପୋଲିସ ଓ ଯାତ୍ରା ପାର୍ଟି ମାଲିକଙ୍କ ଉପରେ ବର୍ଷିଥିଲା। ଏପରିକି ରାଜନୈତିକ ଚାପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ ବୋଲି ଏକ ସାମାଜିକ ସଙ୍ଗଠନ ଅଭିଯୋଗ କରିଥିଲେ। ଏହା ସତ୍ତ୍ୱେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିନଥିଲା। ଅନ୍ୟପକ୍ଷରେ ଇନ୍ଦ୍ରମଣି ପାଲଟା ଉଷସୀଙ୍କ ନାଁରେ ତାଳଚେର ଏସ୍‌ଡିଜେଏମ୍‌ କୋର୍ଟରେ ମାମଲା ଦାୟର କରିଥିଲେ।

ଗତକାଲି ଉଷସୀ ପୋଲିସ ଡିଜିଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିଲେ। ଡିଜିଙ୍କୁ ଭେଟିବାର ୧୨ ଘଣ୍ଟା ପରେ ଆଜି ଇନ୍ଦ୍ରମଣି ଓ ତାଙ୍କ ପୁଅଙ୍କ ସମେତ ଅନ୍ୟ ୨ ଜଣଙ୍କୁ ପୋଲିସ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପାଇଁ ଆବେଦନ କରିବେ ବୋଲି ଅନୁଗୋଳ ଏସ୍‌ପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story