ଅନୁଗୋଳରେ ଦୁଇ ବିଜେପି କର୍ମୀଙ୍କୁ ଯାଞ୍ଚ

ଅନୁଗୋଳ: ଅନୁଗୋଳର ଏକ ହୋଟେଲରେ ପୋଲିସ ଆଜି ଚଢ଼ାଉ କରି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଓ ଜିଲ୍ଲା ସଭାପତି ଭାଗିରଥୀ ପ୍ରଧାନଙ୍କୁ ଯାଞ୍ଚ କରିଥିଲା। ମାତ୍ର କିଛି ନ ପାଇ ପୋଲିସ ଫେରି ଯାଇଥିଲା। ଚଢ଼ାଉ ସମୟରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା।

ଆସନ୍ତାକାଲି ଅନୁଗୋଳରେ ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ହେବ। ସେଥିପାଇଁ ବିଜେପି ନେତାମାନେ ଅର୍ଥ କାରବାର କରିବାକୁ ହୋଟେଲରେ ଯୋଜନା କରୁଥିବା ଅଭିଯୋଗ ପାଇ ପୋଲିସ ଚଢ଼ାଉ କରିଥିଲା। ଦୁଇ ବିଜେପି ନେତାଙ୍କୁ କିଛି ସମୟ ଅଟକ ରଖି ଛାଡ଼ି ଦେଇଥିବା ଜଣାପଡ଼ିଛି।

ଆଜି ଅପରାହ୍ନରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଓ ଜିଲ୍ଲା ସଭାପତି ଭାଗିରଥୀ ପ୍ରଧାନ ଖାଇବାକୁ ଯାଉଥିବା ବେଳେ ପୋଲିସ ଚଢ଼ାଉ କରି ଯାଞ୍ଚ କରିଥିଲା।