ମହଙ୍ଗା ପଡିଲା ପିଲାଙ୍କ ଦ୍ୱାରା ଗାଡ଼ି ଧୋଇବା, ଶିକ୍ଷୟିତ୍ରୀ ନିଲମ୍ୱିତ

ଅନୁଗୋଳ: ଛାତ୍ରୀଛାତ୍ରଙ୍କ ଦ୍ୱାରା ଗାଡ଼ି ଧୋଆଇବା ଶିକ୍ଷୟିତ୍ରୀଙ୍କୁ ମହଙ୍ଗା ପଡ଼ିଲା। ଘଟଣାର ତଦନ୍ତ କରି ବ୍ଳକ ଶିକ୍ଷା ଅଧିକାରୀ ଆଜି ଶିକ୍ଷୟିତ୍ରୀଙ୍କୁ ନିଲମ୍ୱିତ କରିଛନ୍ତି। ଗତକାଲି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଅମାନ୍ତପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସଞ୍ଜୁକ୍ତା ମାଝିଙ୍କ ଗାଡ଼ି କାଦୁଅ ହୋଇଥିଲା। ବିଦ୍ୟାଳୟ ଶିକ୍ଷୟିତ୍ରୀ ପହଞ୍ଚିବା ପରେ ପିଲାମାନଙ୍କୁ ଲଗାଇ ନିଜ Activa ଗାଡିକୁ ଧୋଆଉଥିଲେ। ଏପରିକି ଶିକ୍ଷୟିତ୍ରୀ ସଞ୍ଜୁକ୍ତା ବାଡି ଧରି ପିଲାଙ୍କୁ ତାଗିଦ କରୁଥିବା ଦେଖିବାକୁ ମିଳିଥିଲା। […]

angul teacher

angul teacher

Rakesh Mallick
  • Published: Thursday, 27 July 2017
  • Updated: 27 July 2017, 07:03 PM IST

Sports

Latest News

ଅନୁଗୋଳ: ଛାତ୍ରୀଛାତ୍ରଙ୍କ ଦ୍ୱାରା ଗାଡ଼ି ଧୋଆଇବା ଶିକ୍ଷୟିତ୍ରୀଙ୍କୁ ମହଙ୍ଗା ପଡ଼ିଲା। ଘଟଣାର ତଦନ୍ତ କରି ବ୍ଳକ ଶିକ୍ଷା ଅଧିକାରୀ ଆଜି ଶିକ୍ଷୟିତ୍ରୀଙ୍କୁ ନିଲମ୍ୱିତ କରିଛନ୍ତି।

ଗତକାଲି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଅମାନ୍ତପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସଞ୍ଜୁକ୍ତା ମାଝିଙ୍କ ଗାଡ଼ି କାଦୁଅ ହୋଇଥିଲା। ବିଦ୍ୟାଳୟ ଶିକ୍ଷୟିତ୍ରୀ ପହଞ୍ଚିବା ପରେ ପିଲାମାନଙ୍କୁ ଲଗାଇ ନିଜ Activa ଗାଡିକୁ ଧୋଆଉଥିଲେ। ଏପରିକି ଶିକ୍ଷୟିତ୍ରୀ ସଞ୍ଜୁକ୍ତା ବାଡି ଧରି ପିଲାଙ୍କୁ ତାଗିଦ କରୁଥିବା ଦେଖିବାକୁ ମିଳିଥିଲା। ବିଦ୍ୟାଳୟକୁ ଆସିଥିବା ଜଣେ ଅଭିଭାବକ ଏପରି ଦୃଶ୍ୟ ଦେଖି ମୋବାଇଲ କ୍ୟାମେରାରେ କଏଦ କରିଥିଲେ। ଏନେଇ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଘଟଣାର ତଦନ୍ତ ପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ବ୍ଲକ ଶିକ୍ଷା ଅଧିକାରୀ ଘଟଣାର ତଦନ୍ତ କରି ଶିକ୍ଷୟିତ୍ରୀଙ୍କୁ ନିଲମ୍ୱିତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos