ଏଏନ୍‌ଏମ୍‌ଙ୍କ ବଦଳରେ ପୁଅ ଦେଲା ଇଞ୍ଜେକ୍ସନ, ଶିଶୁ ମୃତ୍ୟୁ ଅଭିଯୋଗ

ବ୍ରହ୍ମପୁର: ପ୍ରକ୍ସି ଚିକିତ୍ସା ଏକ କୋମଳ ଶିଶୁର ଜୀବନ ନେଇଗଲା। ଏଏନ୍‌ଏମ୍‌ ମାଆଙ୍କ ବଦଳରେ ତାଙ୍କ ପୁଅ ଇଞ୍ଜେକ୍ସନ ଦେବା ପରେ ଶିଶୁଟିର ଜୀବନ ଚାଲି ଯାଇଛି। ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ବିକ୍ରମପୁର ଗାଁରୁ। ମୃତ ଶିଶୁ ହେଲେ ଆଦିତ୍ୟ ବରାଳ। ଗୋଡରେ ଆଘାତ ଲାଗିଥିବାରୁ ଯୋଗେନ୍ଦ୍ର ବରାଳଙ୍କ ପୁଅ ଆଦିତ୍ୟଙ୍କୁ ତାଙ୍କ ପରିବାର ଲୋକେ ଏଏନ୍‌ଏମ୍‌ ମନୋରମା ବିନ୍ଧାଣୀଙ୍କ ପାଖକୁ ନେଇଥିଲେ। ଏହି ସମୟରେ ମନୋରମା ଘରେ ନ ଥିଲେ। ଆଦିତ୍ୟଙ୍କ […]

child-death

child-death

Rakesh Mallick
  • Published: Sunday, 18 December 2016
  • Updated: 18 December 2016, 08:46 PM IST

Sports

Latest News

ବ୍ରହ୍ମପୁର: ପ୍ରକ୍ସି ଚିକିତ୍ସା ଏକ କୋମଳ ଶିଶୁର ଜୀବନ ନେଇଗଲା। ଏଏନ୍‌ଏମ୍‌ ମାଆଙ୍କ ବଦଳରେ ତାଙ୍କ ପୁଅ ଇଞ୍ଜେକ୍ସନ ଦେବା ପରେ ଶିଶୁଟିର ଜୀବନ ଚାଲି ଯାଇଛି। ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ବିକ୍ରମପୁର ଗାଁରୁ। ମୃତ ଶିଶୁ ହେଲେ ଆଦିତ୍ୟ ବରାଳ।

ଗୋଡରେ ଆଘାତ ଲାଗିଥିବାରୁ ଯୋଗେନ୍ଦ୍ର ବରାଳଙ୍କ ପୁଅ ଆଦିତ୍ୟଙ୍କୁ ତାଙ୍କ ପରିବାର ଲୋକେ ଏଏନ୍‌ଏମ୍‌ ମନୋରମା ବିନ୍ଧାଣୀଙ୍କ ପାଖକୁ ନେଇଥିଲେ। ଏହି ସମୟରେ ମନୋରମା ଘରେ ନ ଥିଲେ। ଆଦିତ୍ୟଙ୍କ ଯନ୍ତ୍ରଣା ଉପଶମ ପାଇଁ ମନୋରମାଙ୍କ ପୁଅ ସ୍ୱାଗତ ତାଙ୍କୁ ଏକ ଇଞ୍ଜେକ୍ସନ ଦେବା ପରେ ସେ ଅଚେତ ହୋଇଯାଇଥିଲେ। ଏହାପରେ ତାଙ୍କୁ ଏକ ନିକଟସ୍ଥ ଘରୋଇ ହସ୍ପିଟାଲ ଓ ପରେ ଖଲ୍ଲିକୋଟ ସରକାରୀ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ଆଦିତ୍ୟଙ୍କୁ ମୃତ ଘୋଷଣା କରିଥିଲେ।

ଏ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣା ପରେ ମନୋରମା ଏବଂ ସ୍ୱାଗତ ଫେରାର ହୋଇଯାଇଛନ୍ତି।

ଏପରି ଘଟଣାକୁ ନେଇ ଅଞ୍ଚଳରେ ଉଦ୍‌ବେଗ ପ୍ରକାଶ ପାଇବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos