ଭିମସାର ଆଉ ୧୦ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୭୪କୁ ବୃଦ୍ଧି

ସମ୍ବଲପୁର( ଓଡ଼ିଶା ରିପୋର୍ଟର): ବୁର୍ଲା ଭିମସାରରେ କରୋନା ସଂକ୍ରମଣରେ ଲାଗୁନି ବ୍ରେକ। ଗତକାଲିର ସ୍ୱାବ୍ ପରୀକ୍ଷଣରୁ ‌ଆଉ ୧୦ଜଣ କୋଭିଡ୍ ‌ଆକ୍ରାନ୍ତ ଚିହ୍ନଟ ହେବା ପରେ ୭୪ରେ ପହଞ୍ଚିଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ହୋଇଥିବା ପରୀକ୍ଷଣରୁ ୯ଜଣ ଛାତ୍ର ଓ ଜଣେ କର୍ମଚାରୀ ପଜିଟିଭ୍ ବାହାରିଥିବା ଭିମସାର ଡିନ୍ ପ୍ରଫେସର ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି। ଭିମସାରରେ ସଂକ୍ରମଣରେ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ତାହା ଏବେ ଚିନ୍ତାର କାରଣ ପାଲଟିଛି। ସୂଚନାଯୋଗ୍ୟ, ଭିମସାରରେ କିଛି […]

Tapaswini Nayak
  • Published: Tuesday, 30 November 2021
  • Updated: 30 November 2021, 10:19 AM IST

ସମ୍ବଲପୁର( ଓଡ଼ିଶା ରିପୋର୍ଟର): ବୁର୍ଲା ଭିମସାରରେ କରୋନା ସଂକ୍ରମଣରେ ଲାଗୁନି ବ୍ରେକ। ଗତକାଲିର ସ୍ୱାବ୍ ପରୀକ୍ଷଣରୁ ‌ଆଉ ୧୦ଜଣ କୋଭିଡ୍ ‌ଆକ୍ରାନ୍ତ ଚିହ୍ନଟ ହେବା ପରେ ୭୪ରେ ପହଞ୍ଚିଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ହୋଇଥିବା ପରୀକ୍ଷଣରୁ ୯ଜଣ ଛାତ୍ର ଓ ଜଣେ କର୍ମଚାରୀ ପଜିଟିଭ୍ ବାହାରିଥିବା ଭିମସାର ଡିନ୍ ପ୍ରଫେସର ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି। ଭିମସାରରେ ସଂକ୍ରମଣରେ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ତାହା ଏବେ ଚିନ୍ତାର କାରଣ ପାଲଟିଛି।

ସୂଚନାଯୋଗ୍ୟ, ଭିମସାରରେ କିଛି ଡାକ୍ତରୀ ଛାତ୍ରଛାତ୍ରୀ କରୋନା ପଜିଟିଭ  ଚିହ୍ନଟ ହେବା ପରେ ୯ଟି ହଷ୍ଟେଲ ସମେତ ଷ୍ଟାଫଙ୍କ ସରକାରୀ ଘରଗୁଡ଼ିକୁ ଯଥାକ୍ରମେ ମାଇକ୍ରୋ କଣ୍ଟେନମେଣ୍ଟ ଓ ବଫର ଜୋନ୍‌ ଭାବେ ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ। ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବୁର୍ଲା ସହରର ୬ ନମ୍ବର ଓ୍ୱାର୍ଡରେ ଥିବା ୫ଟି ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଟ ଭାବେ ଘୋଷଣା କରାଯାଇଥିଲା। ସେହିପରି ସେହି ଅଞ୍ଚଳରେ ଥିବା ଅନ୍ୟ ୪ଟି ହଷ୍ଟେଲ ସମେତ ପାଖରେ ଥିବା ଷ୍ଟାଫ୍‌ମାନଙ୍କ ସରକାରୀ ଘରଗୁଡ଼ିକୁ ବଫର ଜୋନ୍‌ ଭାବେ ଘୋଷଣା କରାଯାଇଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos