ରାଜ୍ୟରେ କରୋନା ନେଲା ରେକର୍ଡ ୨୭ ଜଣଙ୍କ ଜୀବନ, ମୋଟ ମୃତ୍ୟୁସଂଖ୍ୟା ୨୪୩୦ ଛୁଇଁଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ରମାଗତ ଭାବେ ରାଜ୍ୟରା ସଂକ୍ରମଣ ସହ ତାଳ ଦେଇ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କରୋନା ରାଜ୍ୟରେ ଆଉ ୨୭ ଜଣଙ୍କ ଜୀବନ ନେଇଛି। ଗତକାଲି କରୋନା ୨୫ ଜଣଙ୍କ ଜୀବନ ନେଇଥିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୩୦କୁ ବୃଦ୍ଧି ପାଇଛି। କୋରାପୁଟ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ଲେଖାଏ ଆକ୍ରାନ୍ତଙ୍କ […]

Corona-Odisha

Corona-Odisha

Hemant Lenka
  • Published: Friday, 21 May 2021
  • Updated: 21 May 2021, 09:11 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ରମାଗତ ଭାବେ ରାଜ୍ୟରା ସଂକ୍ରମଣ ସହ ତାଳ ଦେଇ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କରୋନା ରାଜ୍ୟରେ ଆଉ ୨୭ ଜଣଙ୍କ ଜୀବନ ନେଇଛି। ଗତକାଲି କରୋନା ୨୫ ଜଣଙ୍କ ଜୀବନ ନେଇଥିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୩୦କୁ ବୃଦ୍ଧି ପାଇଛି। କୋରାପୁଟ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ପଛକୁ ନୂଆପଡା, ରାୟଗଡା ଓ ସୁନ୍ଦରଗଡରୁ ୩ ଜଣ ଲେଖାଏ ଲୋକ ଜୀବନ ହରାଇଛନ୍ତି। କଳାହାଣ୍ଡିରୁ ୨ ଜଣ, ବରଗଡ଼, ବଲାଙ୍ଗିର, ବୌଦ୍ଧ, ଗଜପତି, ଝାରସୁଗୁଡା, ନବରଙ୍ଗପୁର, ପୁରୀ ଓ ସୋନପୁରରୁ ଜଣେ ଲେଖାଏ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

ଆଉ ୪ ଜଣ ଲେଖାଏଙ୍କ ଜୀବନ ଯିବା ପରେ କୋରାପୁଟ ଓ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଯଥାକ୍ରମେ ୩୨ ଓ ୪୨୪କୁ ବୃଦ୍ଧି ପାଇଛି। ସେହିପରି ଆଉ ୩ ଜଣ ଲେଖାଏ ଲୋକଙ୍କ ମୃତ୍ୟୁ ସହିତ ନୂଆପଡ଼, ରାୟଗଡ଼ା ଓ ସୁନ୍ଦରଗଡ଼ରେ ମୋଟ ମୃତ୍ୟୁସଂଖ୍ୟା ଯଥାକ୍ରମେ ୫୦, ୯୫ ଓ ୨୩୬ରେ ପହଞ୍ଚି ଯାଇଛି।

ନୂଆ ମୃତକଙ୍କୁ ମିଶାଇ ପୁରୀରେ ମୋଟ ୧୪୬, ସୋନୁପରରେ ୨୪, ନବରଙ୍ଗପୁର ୧୭, କଳାହାଣ୍ଡି ୭୮, ଝାରସଗୁଡ଼ା ୩୨, ଗଜପତି ୪୫, ବୌଦ୍ଧ ୨୯, ବଲାଙ୍ଗିରରେ ୫୯ ଓ ବରଗଡ଼ରେ ୪୮ ଜଣଙ୍କ ଜୀବନ ଗଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos