୨୯ରେ ପୁଣି ଏକ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨୯ ତାରିଖ ବେଳକୁ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ଭାଗରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଅପରପକ୍ଷେ, ସାମୁଦ୍ରିକ ଝଡ଼ ‘ନିଭାର୍’ ତୀବ୍ର ବାତ୍ୟାରେ ପରିଣତ ହୋଇ ଆଜି ବିଳମ୍ବିତ ରାତି କିମ୍ବା ଆସନ୍ତାକାଲି ସକାଳେ  ପୁଡୁଚେରୀର କରାଇକେଲ୍‌ ଓ ତାମିଲନାଡ଼ୁର ମାମଲାପୁରମ୍ ମଧ୍ୟରେ ସ୍ଥଳ ଭାଗ ଛୁଇଁବ […]

rain

rain

Tapaswini Nayak
  • Published: Wednesday, 25 November 2020
  • Updated: 25 November 2020, 02:42 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨୯ ତାରିଖ ବେଳକୁ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ଭାଗରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।

ଅପରପକ୍ଷେ, ସାମୁଦ୍ରିକ ଝଡ଼ ‘ନିଭାର୍’ ତୀବ୍ର ବାତ୍ୟାରେ ପରିଣତ ହୋଇ ଆଜି ବିଳମ୍ବିତ ରାତି କିମ୍ବା ଆସନ୍ତାକାଲି ସକାଳେ  ପୁଡୁଚେରୀର କରାଇକେଲ୍‌ ଓ ତାମିଲନାଡ଼ୁର ମାମଲାପୁରମ୍ ମଧ୍ୟରେ ସ୍ଥଳ ଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହା ପ୍ରଭାବରେ ତାମିଲନାଡ଼ୁ ଓ ପୁଡୁଚେରୀରେ ବର୍ଷା ଜାରି ରହିଛି । ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ତାମିଲନାଡ଼ୁ ଓ ପୁଡୁଚେରୀରେ ହାଇ ଆଲର୍ଟ ଜାରି କରାଯିବା ସହ ଆଜି ସରକାରୀ ଛୁଟି ଘୋଷଣା କରାଯାଇଛି ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos