ଆସୁଛି ଆଉ ଏକ ଲଘୁଚାପ, ହେବ ଅଧିକ ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ଓଡ଼ିଶା ଉପରେ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ଆଗକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଫଳରେ ରାଜ୍ୟ ତମାମ ଭଲ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆରକେ ଜେନାମଣି କହିଛନ୍ତି ଯେ ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ୩ ଦିନ ହେଲା ଓଡ଼ିଶା ଉପରେ ରହିଛି। ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ […]

Rain

Rain

Hemant Lenka
  • Published: Monday, 11 July 2022
  • Updated: 11 July 2022, 08:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ଓଡ଼ିଶା ଉପରେ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ଆଗକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଫଳରେ ରାଜ୍ୟ ତମାମ ଭଲ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆରକେ ଜେନାମଣି କହିଛନ୍ତି ଯେ ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ୩ ଦିନ ହେଲା ଓଡ଼ିଶା ଉପରେ ରହିଛି। ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ଓଡିଶା ଉପକୂଳର ସମୁଦ୍ର ମଧ୍ୟରେ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଭଲ ବର୍ଷା ହେଉଛି। ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବି ବର୍ଷା ରେକର୍ଡ କରାଯାଇଛି। ୧୫ କିମ୍ବା ୧୬ ବେଳକୁ ଓଡ଼ିଶା ଉପକୂଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ପୂରା ରାଜ୍ୟରେ ମୌସୁମୀ ମଧ୍ୟ ସକ୍ରିୟ ରହିଥିବା ସେ କହିଛନ୍ତି।

ଓଡ଼ିଶାର ବର୍ଷା ପରିମାଣ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଜୁନ ମାସରେ ସମଗ୍ର ରାଜ୍ୟରେ ୩୭% କମ ବର୍ଷା ହୋଇଥିଲା। ଜୁନ ମାସରେ ୨୧ ସେମି ବର୍ଷା ହେବା କଥା। କିନ୍ତୁ ସମଗ୍ର ରାଜ୍ୟରେ ୧୩ ସେମି ବର୍ଷା ରେକର୍ଡ କରାଯାଇଛି। ତେବେ ଜୁଲାଇରେ ସ୍ଥିତି ବଦଳିଛି। ଜୁଲାଇ ୧ରୁ ୧୧ ମଧ୍ୟରେ ୧୩.୬ ସେମି ବର୍ଷା ହୋଇଛି। ସ୍ୱାଭିବକ ଭାବେ ଏହି ସମୟରେ ୧୦.୫ ସେମି ବର୍ଷା ହେବା କଥା। କିନ୍ତୁ ଚଳିତ ବର୍ଷ ୩୦% ଅଧିକ ବର୍ଷା ରେକର୍ଡ କରାଯାଇଛି।

ସେହିପରି ଜୁନ ୧ରୁ ଜୁଲାଇ ୧୧ ମଧ୍ୟରେ ହାରାହାର ୨୭ ସେମି ବର୍ଷା ହୋଇଛି। ବାସ୍ତବରେ ୩୧ ସେମି ବର୍ଷା ହେବା କଥା। ତେଣୁ ଏଯାଏ ରାଜ୍ୟରେ ୧୫% କମ ବର୍ଷା ହୋଇଛି। କିନ୍ତୁ ଜୁଲାଇରେ ନିଅଣ୍ଟିଆ ବର୍ଷାର ସମସ୍ୟା ଦୂର ହେବ। ଜିଲ୍ଲାୱାରି ଦେଖିଲେ ପୁରୀ, ଜଗତସିଂହପୁର, ଭଦ୍ରକ, ଖୋର୍ଦ୍ଧା, ନବରଙ୍ଗପୁର, ସୁନ୍ଦରଗଡ଼ରେ ସ୍ୱାଭାବିକ ଠାରୁ ୫୦% କମ ବର୍ଷା ରେକର୍ଡ କରାଯାଇଛି। ଜୁଲାଇରେ ସମଗ୍ର ରାଜ୍ୟରେ ଭଲ ବର୍ଷା ହୋଇଥିଲେ ମଧ୍ୟ ଖୋର୍ଦ୍ଧା, ପୁରୀ ଓ ସୁନ୍ଦରଗଡ଼ରେ ନିଅଣ୍ଟିଆ ବର୍ଷା ହୋଇଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos