କୋର୍ଟକୁ ଆସିଲେ ଅନୁଭବ ଓ ବର୍ଷା, ହୋଇପାରିଲାନି ସାକ୍ଷ୍ୟ ଗ୍ରହଣ

କଟକ(ଓଡ଼ିଶା ରିପୋର୍ଟର): କଟକ ଫ୍ୟାମିଲି କୋର୍ଟରେ ଆଜି ହୋଇପାରିଲାନି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସାକ୍ଷ୍ୟ ଗ୍ରହଣ। ଆଜି ତାଙ୍କ ସାକ୍ଷ୍ୟ ଗ୍ରହଣ ନିମନ୍ତେ ତାରିଖ ଧାର୍ଯ୍ୟ ହୋଇଥିଲା। ହେଲେ ସାକ୍ଷ୍ୟ ଗ୍ରହଣ ପାଇଁ ତାଙ୍କ ପକ୍ଷରୁ ଦାଖଲ କେତେକ ଦସ୍ତାବିଜର କପି ତାଙ୍କ ସ୍ୱାମୀ ତଥା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ପକ୍ଷଙ୍କୁ ଦିଆଯାଇନଥିଲା। ଯାହାକୁ ନେଇ ସାକ୍ଷ୍ୟ ଗ୍ରହଣ ହୋଇପାରି ନ ଥିବା ଜଣାପଡ଼ିଛି।

ତେବେ ପରିବାରିକ ବିବାଦ ମାମଲାରେ ଆଜି କୋର୍ଟରେ ହାଜର ହୋଇଥିଲେ ଉଭୟ ଅନୁଭବ ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷାଙ୍କ ପକ୍ଷରୁ ଦାଖଲ କେତେକ ଦସ୍ତାବିଜର କପି ଅନୁଭବଙ୍କ ପକ୍ଷଙ୍କୁ ଦିଆଯାଇନଥିବାରୁ, ଏ ସେସବୁର ସାର୍ଟିଫାଏଡ କପି ଅନୁଭବଙ୍କୁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୭ ତାରିଖରେ ମାମଲାର ପରବର୍ତୀ ଶୁଣାଣି ହେବ। ସେହିଦିନ ବିବାହ ବିଚ୍ଛେଦ ମାମଲାରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।