ଅନୁଗୋଳ: ଠାକୁରଗଡ଼ରେ ପୋଲିସ-ମାଓବାଦୀ ଗୁଳିବିନିମୟ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଅଞ୍ଚଳରେ ଆଜି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି।  ଏବେ ବି ଉଭୟପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ପୂର୍ବରୁ ବି ଅନୁଗୋଳ ଜିଲ୍ଲାର ପାଲଲହଡା ଅଞ୍ଚଳରେ ମାଓବାଦୀମାନେ ସେମାନଙ୍କ ଉପସ୍ଥିତି ଜାହିର କରିସାରିଛନ୍ତି। କିଛିଦିନ ତଳେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମଧ୍ୟ ଅନୁଗୋଳ ଜିଲ୍ଲାରେ ମାଓବାଦୀଙ୍କ ପ୍ରଭାବ ବଢୁଥିବା ନେଇ ଚିନ୍ତା ପ୍ରକାଶ ପାଇଥିଲା।