ଅନୁଗୋଳ: ସାପ କାମୁଡ଼ାରେ ବାପଝିଅଙ୍କ ମୃତ୍ୟୁ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ମଧୁ କରଡ଼ାବାହାଳି ଗାଁରେ  ସାପ କାମୁଡ଼ାରେ ବାପଝିଅଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ଦୁଇ ଜଣ ହେଲେ ଭୁବନ ସାହୁ ଓ ତାଙ୍କ ଝିଅ ମାମାଲି ସାହୁ। ଗତକାଲି ରାତିରେ ଭୁବନ ଓ ମାମାଲି ଖାଇସାରି ପରିବାର ସଦସ୍ୟଙ୍କ ସହ ଘରେ ଶୋଇଥିଲେ। ଆଜି ଭୋର ପ୍ରାୟ ୩ଟା ସମୟରେ ଭୁବନଙ୍କ ସ୍ତ୍ରୀ ତାଙ୍କ ସ୍ୱାମୀ ଓ ଝିଅ ପାଟିରୁ ଲାଳ ଓ ଫେଣ ବାହାରୁଥିବା  ଦେଖି […]

anugul

anugul

Rakesh Mallick
  • Published: Friday, 23 September 2016
  • Updated: 23 September 2016, 06:10 PM IST

Sports

Latest News

ଅନୁଗୋଳ: ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ମଧୁ କରଡ଼ାବାହାଳି ଗାଁରେ  ସାପ କାମୁଡ଼ାରେ ବାପଝିଅଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ଦୁଇ ଜଣ ହେଲେ ଭୁବନ ସାହୁ ଓ ତାଙ୍କ ଝିଅ ମାମାଲି ସାହୁ। ଗତକାଲି ରାତିରେ ଭୁବନ ଓ ମାମାଲି ଖାଇସାରି ପରିବାର ସଦସ୍ୟଙ୍କ ସହ ଘରେ ଶୋଇଥିଲେ। ଆଜି ଭୋର ପ୍ରାୟ ୩ଟା ସମୟରେ ଭୁବନଙ୍କ ସ୍ତ୍ରୀ ତାଙ୍କ ସ୍ୱାମୀ ଓ ଝିଅ ପାଟିରୁ ଲାଳ ଓ ଫେଣ ବାହାରୁଥିବା  ଦେଖି ପଡୋଶୀଙ୍କୁ ଜଣାଇଥିଲେ। ସଂପର୍କୀୟମାନେ ତୁରନ୍ତ ସେମାନଙ୍କୁ  ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ମୃତକଙ୍କ ସଂପର୍କୀୟ ବୀର କି‌ଶୋର ସାହୁ କହିଛନ୍ତି, “ଭୁବନ ଓ ମାମାଲି ରାତିରେ ଖାଇସାରି ଶୋଇଥିଲେ। ରାତି ୩ଟାବେଳେ ବାପ ଓ ଝିଅଙ୍କ ପାଟିରୁ ଲାଳ ବାହାରୁଥିବା ଭୁବନଙ୍କ ପତ୍ନୀ ଦେଖିଥିଲେ। ସେ ଆମକୁ ଡାକିଥିଲେ। ଗାଡ଼ି ଭଡ଼ା କରି ଆମେ ବାପଝିଅଙ୍କୁ ହସପିଟାଲ ଆଣିଥିଲୁ।  ଭୁବନ ଓ ତାଙ୍କ ଝିଅକୁ ସାପ କାମୁଡ଼ିଥିବା ଡାକ୍ତର କହିଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos