କଟକ(ଓଡ଼ିଶା ରିପୋର୍ଟର): ବାଲେଶ୍ୱରରେ ମହିଳା ବିଚାରପତି ଅନୁପମା ବେହେରା ହତ୍ୟା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ଏହି ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ୨ ଭାଇ ଜ୍ୟୋତିରଞ୍ଜନ ଓ ପ୍ରିୟରଞ୍ଜନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କଟକ ଜିଲ୍ଲା ଓ ଦୌରା ଜଜ୍। ଉଭୟଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଯାଇଛି ବିଚାରପତି।
ଜ୍ୟୋତିରଞ୍ଜନଙ୍କ ସହ ପ୍ରେମ ସମ୍ପର୍କରୁ ମହିଳା ବିଚାରପତି ଅନୁପମା ବେହେରାଙ୍କୁ ହତ୍ୟା କରାଯାଇଥିଲା। ୨୦୧୩ ମାର୍ଚ୍ଚ ୧୫ ତାରିଖରେ ବାଲେଶ୍ୱର ଜଜ୍ କଲୋନୀରେ ପଶି ମାଜିଷ୍ଟ୍ରେଟ୍ ହତ୍ୟା କରିଥିଲେ ପ୍ରିୟରଞ୍ଜନ। ପରେ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲା। ସେହି ସମୟରେ ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।