ପଦ୍ମ ଧରିବେ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପିରେ ଯୋଗ ଦେବେ ଓଲିଉଡ ଅଭିନେତ୍ରୀ ଅପରାଜିତା ମହାନ୍ତି। ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଅପରାଜିତା।  ସେ  ବିଜେପିରେ ସାମିଲ ହେବା ନେଇ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

୨୦୧୪ ଫେବ୍ରୁଆରୀ ୨୦ ତାରିଖରେ ସେ କଂଗ୍ରେସରେ ସାମିଲ ହୋଇଥିଲେ। ତତ୍କାଳୀନ ପିସିସି ସଭାପତି ଜୟଦେବ ଜେନାଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ପରେ ଗତ ନିର୍ବାଚନରେ କଂଗ୍ରେସ ପକ୍ଷରୁ ସେ କଟକ ଲୋକସଭା ଆସନ ପାଇଁ ଲଢ଼ିଥିଲେ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଅଭିନେତା ମିହିରି ଦାସ, ଅଭିନେତ୍ରୀ ମହାଶ୍ୱେତା ରାୟ ଓ ଅନୁ ଚୌଧୁରୀ ବିଜେପିରେ ସାମିଲ ହୋଇଛନ୍ତି।