ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଏମିତି କହିଲେ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାରା ୩୭୦ ଉଚ୍ଛେଦକୁ ନେଇ ମତ ରଖିଛନ୍ତି ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଦେଶରେ ୭୦ ବର୍ଷ ଧରି ଚାଲିଥିବା ଭୁଲର ସଂଶୋଧନ କରିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଆଗରେ କୃତଜ୍ଞ ବୋଲି କହିଛନ୍ତି। ଏହି ଧାରା ଉଚ୍ଛେଦ ପରେ ଏବେ କାଶ୍ମୀରଠୁ କନ୍ୟାକୁମାରୀ ଏକ ହୋଇଛି। ଗୋଟିଏ ଦେଶରେ କେବଳ ଗୋଟିଏ ବିଧାନ ଚଳିବ ବୋଲି ସେ କହିବା ସହ କେନ୍ଦ୍ର ସରକାରଙ୍କ […]

aparajita

aparajita

Tapas Behera
  • Published: Tuesday, 20 August 2019
  • Updated: 20 August 2019, 05:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାରା ୩୭୦ ଉଚ୍ଛେଦକୁ ନେଇ ମତ ରଖିଛନ୍ତି ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଦେଶରେ ୭୦ ବର୍ଷ ଧରି ଚାଲିଥିବା ଭୁଲର ସଂଶୋଧନ କରିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଆଗରେ କୃତଜ୍ଞ ବୋଲି କହିଛନ୍ତି।

ଏହି ଧାରା ଉଚ୍ଛେଦ ପରେ ଏବେ କାଶ୍ମୀରଠୁ କନ୍ୟାକୁମାରୀ ଏକ ହୋଇଛି। ଗୋଟିଏ ଦେଶରେ କେବଳ ଗୋଟିଏ ବିଧାନ ଚଳିବ ବୋଲି ସେ କହିବା ସହ କେନ୍ଦ୍ର ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତିକୁ ସମସ୍ତେ ସ୍ୱାଗତ କରିବା ଉଚିତ ବୋଲି ଅପରାଜିତା କହିଛନ୍ତି।

କଶ୍ମୀର ଭାରତରେ ମିଶିବାର ୪ବର୍ଷ ପରେ ଧାରା ୩୭୦ ଲାଗୁ କରାଯାଇଥିଲା। ଏବଂ ୭ବର୍ଷ ପରେ ୩୫ (ଏ) ଲାଗୁ ହୋଇଥିଲା। କିନ୍ତୁ ଏହିସବୁ ଧାରା ସଂସଦରେ ପାସ ନହୋଇ ଜାମ୍ମୁ ଓ କାଶ୍ମୀରକୁ ସୁବିଧା ଦିଆଯାଇଥିଲା। ଯାହା ଏକ ଐତିହାସିକ ଭୁଲ ଥିଲା।

୭୦ ବର୍ଷ ପରେ ଏହା ସଂଶୋଧନ କରାଯାଇଛି। ଦୁଇ ତିନିଟି ଦଳ ଛାଡ଼ିଦେଲେ ଦେଶର ସମସ୍ତ ଦଳ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସାଗତ କରୁଛନ୍ତି। ତେଣୁ ସମସ୍ତେ ଏହାକୁ ସ୍ୱାଗତ କରିବାକୁ ସେ ଆହ୍ୱାନ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos