ଆରମ୍ଭ ହେଲା ‘ଉଜାଲା’ ଯୋଜନାରେ ଉପଭୋକ୍ତାଙ୍କୁ ଏଲ୍‌ଇଡି ବଲ୍‌ବ ବଣ୍ଟନ

ଭୁବନେଶ୍ୱର: ‘ଉଜାଲା’ ଯୋଜନାରେ ରାଜ୍ୟର ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ଏଲ୍‌ଇଡି ବଲ୍‌ବ ବିତରଣ ଆରମ୍ଭ ହୋଇଛି। ଭୁବନେଶ୍ୱରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଏହି ବଲ୍‌ବ ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଅନୁଯାୟୀ ରାଜ୍ୟର ସମସ୍ତ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ୯ ୱାଟ୍‌ର ଏଲ୍‌ଇଡି ବଲ୍‌ବ ଯୋଗାଇ ଦିଆଯିବ। ପ୍ରତି ଏଲ୍‌ଇଡି ବଲ୍‌ବର ମୂଲ୍ୟ ୮୫ ଟଙ୍କା ରଖାଯାଇଛି। ପ୍ରତ୍ୟେକ ଘରୋଇ ଉପଭୋକ୍ତାଙ୍କୁ ୧୦ଟି, ବ୍ୟବସାୟିକ ପ୍ରତିଷ୍ଠାନକୁ ୨୦ରୁ ୫୦ଟି ବଲ୍‌ବ […]

ujala

ujala

Rakesh Mallick
  • Published: Monday, 18 April 2016
  • Updated: 18 April 2016, 02:23 PM IST

Sports

Latest News

ଭୁବନେଶ୍ୱର: ‘ଉଜାଲା’ ଯୋଜନାରେ ରାଜ୍ୟର ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ଏଲ୍‌ଇଡି ବଲ୍‌ବ ବିତରଣ ଆରମ୍ଭ ହୋଇଛି। ଭୁବନେଶ୍ୱରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଏହି ବଲ୍‌ବ ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଅନୁଯାୟୀ ରାଜ୍ୟର ସମସ୍ତ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ୯ ୱାଟ୍‌ର ଏଲ୍‌ଇଡି ବଲ୍‌ବ ଯୋଗାଇ ଦିଆଯିବ। ପ୍ରତି ଏଲ୍‌ଇଡି ବଲ୍‌ବର ମୂଲ୍ୟ ୮୫ ଟଙ୍କା ରଖାଯାଇଛି। ପ୍ରତ୍ୟେକ ଘରୋଇ ଉପଭୋକ୍ତାଙ୍କୁ ୧୦ଟି, ବ୍ୟବସାୟିକ ପ୍ରତିଷ୍ଠାନକୁ ୨୦ରୁ ୫୦ଟି ବଲ୍‌ବ ଦିଆଯିବ। ଏହି ବଲ୍‌ବରେ ୩ ବର୍ଷ ଗ୍ୟାରେଣ୍ଟି ରହିଛି।

ଉପଭୋକ୍ତାମାନେ ବିଦ୍ୟୁତ୍‌ ବିଲ୍‌ ଦେଉଥିବା କମ୍ପାନୀର କାର୍ଯ୍ୟାଳୟ ଓ କେତେକ ସ୍ଥାନରେ ଥିବା ସ୍ୱତନ୍ତ୍ର କେନ୍ଦ୍ରରୁ ବଲ୍‌ବ ସଂଗ୍ରହ କରିପାରିବେ। ବିଦ୍ୟୁତ୍‌ ବିଲ୍‌ ଓ ସଠିକ ପରିଚୟପତ୍ର ଦେଇ ଉପଭୋକ୍ତାମାନେ ବଲ୍‌ବ ସଂଗ୍ରହ କରିପାରିବେ। ସମସ୍ତେ ଏହି ଏଲ୍‌ଇଡି ବଲ୍‌ବ ବ୍ୟବହାର କଲେ ୧୦୦୦ରୁ ୧୨୦୦ ମେଗାୱାଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ ସଞ୍ଚୟ କରାଯାଇପାରିବ ବୋଲି ମନ୍ତ୍ରୀ ଦାସ କହିଛନ୍ତି।

ସେ କହିଛନ୍ତି, “ଆମର ପ୍ରାୟ ୬୦ ଲକ୍ଷ ଉପଭୋକ୍ତା ଅଛନ୍ତି। ପ୍ରାୟ ୬ କୋଟି ବଲ୍‌ବ ବଣ୍ଟନ କରାଯିବାକୁ ଯୋଜନା କରାଯାଇଛି। ସନ୍ଧ୍ୟା ସମୟରେ ଏବେ ୪୦୦୦ ମେଗାୱାଟ୍‌ ବିଦ୍ୟୁତ୍‌ ବ୍ୟବହାର ହେଉଛି। ଏହି ବଲ୍‌ବ ବ୍ୟବହାର କରାଯିବା ପରେ ବିଦ୍ୟୁତ୍‌ ଖର୍ଚ୍ଚ ୩୭୦୦ରୁ ୩୬୦୦ ମେଗାୱାଟ୍‌କୁ ଖସି ଆସିବ। ପିକ୍‌ ଆୱାରରେ ୟୁନିଟ ପିଛା ୬ରୁ ୭ ଟଙ୍କା ଦେଇ ବିଦ୍ୟୁତ୍ କିଣାଯାଉଛି, ଯାହା କମିଯିବ। ଫଳରେ ଉପଭୋକ୍ତାମାନେ ୩୦୦ରୁ ୩୫୦ କୋଟି ଟଙ୍କା ଲାଭ ପାଇବେ। ମୁଖ୍ୟମନ୍ତ୍ରୀଙ୍କର ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ। ପ୍ରଥମେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ଯୋଜନା ରହିଛି। ଏଥିପାଇଁ ୨ରୁ ୩ ମାସ ସମୟ ଲାଗିବ। ପ୍ରତ୍ୟେକ ସବ୍‌ ଡିଭିଜନ ସ୍ତରରେ ବିତରଣ କେନ୍ଦ୍ର ଖୋଲାଯିବ। ନିଜର ଶେଷ ବିଦ୍ୟୁତ୍‌ ବିଲ୍‌ ଦେଖାଇ ଉପଭୋକ୍ତା ବଲ୍‌ବ ନେଇ ପାରିବେ।”

କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ, ବଲ୍‌ବ ଯୋଗାଣ କରୁଥିବା ଏନର୍ଜି ଏଫିସିଏନ୍ସସି ସର୍ଭିସ ଲିମିଟେଡ, ଇଇଏସ୍‌ଏଲ୍‌ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story