ଆରମ୍ଭ ହେଲା ଧର୍ମମାସ କାର୍ତ୍ତିକ: ପୁରୀରେ ହବିଷ୍ୟାଳିଙ୍କ ଭିଡ

ପୁରୀ: ଆରମ୍ଭ ହୋଇଛି ଧର୍ମମାସ କାର୍ତ୍ତିକ। ବ୍ରତ ରଖିବାକୁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼ ବଢିବାରେ ଲାଗିଛି। ଏହି ସମୟରେ ଶ୍ରୀକ୍ଷେତ୍ରରେ ରହି ହବିଷ୍ୟାନ୍ନ ଭକ୍ଷଣ କରି ଜଗନ୍ନାଥ ଦର୍ଶନ କଲେ କୋଟିପୁଣ୍ୟ ଓ ସ୍ୱର୍ଗପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ହିବଷ୍ୟାଳିମାନେ ବୃନ୍ଦାବତୀ ପୂଜା କରିବା ସହ ଶ୍ରୀମନ୍ଦିରରେ ରାଧାଦାମୋଦର ବେଶ ଦର୍ଶନ କରି ବେଢ଼ା ପରିକ୍ରମା କରିବାର ପରମ୍ପରା ରହିଛି। ସେପଟେ କାର୍ତ୍ତିକ ମାସରେ ନୀତି ଶୃଙ୍ଖଳିତ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି […]

puri1

puri1

Rakesh Mallick
  • Published: Wednesday, 28 October 2015
  • Updated: 28 October 2015, 04:44 AM IST

Sports

Latest News

ପୁରୀ: ଆରମ୍ଭ ହୋଇଛି ଧର୍ମମାସ କାର୍ତ୍ତିକ। ବ୍ରତ ରଖିବାକୁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼ ବଢିବାରେ ଲାଗିଛି। ଏହି ସମୟରେ ଶ୍ରୀକ୍ଷେତ୍ରରେ ରହି ହବିଷ୍ୟାନ୍ନ ଭକ୍ଷଣ କରି ଜଗନ୍ନାଥ ଦର୍ଶନ କଲେ କୋଟିପୁଣ୍ୟ ଓ ସ୍ୱର୍ଗପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।

ହିବଷ୍ୟାଳିମାନେ ବୃନ୍ଦାବତୀ ପୂଜା କରିବା ସହ ଶ୍ରୀମନ୍ଦିରରେ ରାଧାଦାମୋଦର ବେଶ ଦର୍ଶନ କରି ବେଢ଼ା ପରିକ୍ରମା କରିବାର ପରମ୍ପରା ରହିଛି। ସେପଟେ କାର୍ତ୍ତିକ ମାସରେ ନୀତି ଶୃଙ୍ଖଳିତ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି। ସକାଳୁ ଶ୍ରୀଜୀଉମାନଙ୍କ ବିଭିନ୍ନ ନୀତିକାନ୍ତି ପରେ ରାଧା ଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ। ସେପଟେ ଶ୍ରୀମନ୍ଦିରରେ ଦିଅଁ ଦର୍ଶନ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos