ଅର୍ଚ୍ଚନା ନାଗଙ୍କୁ ୩୦ ଲକ୍ଷ ଦେଇଥିଲେ ବିଜେଡି ବିଧାୟକଙ୍କ ଭାଇ, ଘାଣ୍ଟୁଛି ଇଡି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଆଜି ଇଡିରେ ହାଜର ହୋଇଛନ୍ତି ବିଜେଡିର ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲ। ଅର୍ଚ୍ଚନାଙ୍କ ସହିତ ତାଙ୍କର ୩୦ ଲକ୍ଷ ଟଙ୍କାର କାରବାର ହୋଇଥିବା ଜଣାପଡ଼ିଛି।  ତେବେ କେଉଁ କାରଣ ପାଇଁ ସେ ଏତେ ଟଙ୍କା ଅର୍ଚ୍ଚନାଙ୍କୁ ପଠାଇଥିଲେ, ସେ ନେଇ ଇଡି ଖୋଳତାଡ଼ କରୁଛି । ଗଙ୍ଗାଧର ସାମଲ ଜଣେ ବ୍ୟବସାୟୀ ଭାବେ ପରିଚିତ। ତାଙ୍କର ଏକ କାର୍‌ […]

BJD

BJD

Tapaswini Nayak
  • Published: Thursday, 24 November 2022
  • Updated: 24 November 2022, 01:12 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଆଜି ଇଡିରେ ହାଜର ହୋଇଛନ୍ତି ବିଜେଡିର ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲ। ଅର୍ଚ୍ଚନାଙ୍କ ସହିତ ତାଙ୍କର ୩୦ ଲକ୍ଷ ଟଙ୍କାର କାରବାର ହୋଇଥିବା ଜଣାପଡ଼ିଛି।  ତେବେ କେଉଁ କାରଣ ପାଇଁ ସେ ଏତେ ଟଙ୍କା ଅର୍ଚ୍ଚନାଙ୍କୁ ପଠାଇଥିଲେ, ସେ ନେଇ ଇଡି ଖୋଳତାଡ଼ କରୁଛି ।

ଗଙ୍ଗାଧର ସାମଲ ଜଣେ ବ୍ୟବସାୟୀ ଭାବେ ପରିଚିତ। ତାଙ୍କର ଏକ କାର୍‌ ଶୋ’ ରୁମ୍‌ ଥିବା ଜଣାଯାଇଛି। ଗଙ୍ଗାଧର ଅର୍ଚ୍ଚନାଙ୍କୁ ଟଙ୍କା ଦେଇଥିବା ଜାଣିବାକୁ ପାଇଥିଲା ଇଡି। ସେଥିପାଇଁ ଆଜି ତାଙ୍କୁ ହାଜର ହେବାକୁ ସମନ କରିଥିଲା।

ଅର୍ଚ୍ଚନା ନାଗ ମାମଲାରେ ଗତକାଲି ଇଡିରେ ହାଜର ହୋଇଥିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି। ଇଡି ଅଧିକାରୀ ୧୨ ଘଣ୍ଟା ଧରି ଅକ୍ଷୟ ପରିଜାଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲେ। ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଅକ୍ଷୟ ପରିଜାକୁ ମାରାଥନ୍‌ ଜେରା କରାଯାଇଥିଲା।  ମଙ୍ଗଳବାର ଦିନ ମଧ୍ୟ ଅକ୍ଷୟ ପରିଜା ଇଡିରେ ହାଜର ହୋଇଥିଲେ।

ସେହିପରି ଅର୍ଚ୍ଚନାଙ୍କ ସହଯୋଗୀ ତଥା ନାଗ ସାମ୍ରାଜ୍ୟର ସୂତ୍ରଧର ଶ୍ରଦ୍ଧାଞ୍ଜଳିଙ୍କୁ ମଧ୍ୟ ଗତକାଲି ୧୨ ଘଣ୍ଟାରୁ ଅଧିକ ସମୟ ଧରି ଘାଣ୍ଟିଥିଲା ଇଡି। କାହାଠାରୁ ଟଙ୍କା ଆଦାୟ କରାଯାଉଥିଲା, କେତେ ଟଙ୍କା ଆଦାୟ କରାଯାଉଥିଲା ଓ କେଉଁ କେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି, ଏପରି ଅନେକ ପ୍ରଶ୍ନ ଇଡି ଅଧିକାରୀମାନେ ଶ୍ରଦ୍ଧାଞ୍ଜଳିଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲେ। କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାଁ ଶ୍ରଦ୍ଧାଞ୍ଜଳି କହିଥିବା ସୂଚନା ମିଳିଛି।

ଅର୍ଚ୍ଚନା ନାଗ ମାମଲାରେ ମଙ୍ଗଳବାର ବ୍ୟବସାୟୀ ଅମୀୟକାନ୍ତ ଦାସ ଇଡିରେ ହାଜର ହୋଇଥିଲେ। ଅର୍ଚ୍ଚନା ନାଗଙ୍କୁ  ୭ଲକ୍ଷ ଟଙ୍କା ଦେଇଥିବା କହିଥିଲେ  ଅମୀୟକାନ୍ତ। ଅର୍ଚ୍ଚନାଙ୍କୁ ସେ ସୋଶାଲ୍‌  ମିଡିଆରୁ ଜାଣିଥିବା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos