କୋଭିଡ୍ ଟିକାର ଦୁଇଟି ଡୋଜ୍ ନେବାପରେ ଆପଣ ବେପରୁଆ ହେଉଛନ୍ତି କି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କୋଭିଡ୍ ଟିକାର ଦୁଇଟି ଯାକ ଡୋଜ୍ ନେବାପରେ ଆପଣ ବେପରୁଆ ହେଉଛନ୍ତି କି? ଜମା ସେ ଭୁଲ୍ କରନ୍ତୁ ନାହିଁ । ଉଭୟ ଡୋଜ୍ ନେଲା ପରେ ବି କୋଭିଡ୍ ନିୟମ ମାନନ୍ତୁ, ନହେଲେ ଆପଣ ବିପଦରେ ପଡିପାରନ୍ତି।  କାରଣ ଡବଲ୍ ଡୋଜ୍ ଟିକା ନେବାପରେ ବି ଅନେକ ଲୋକ ସଂକ୍ରମିତ ହେଉଛନ୍ତି। କିଛି ଜଣଙ୍କର ଜୀବନ ବି ଗଲାଣି ତେବେ ଟିକା ନେବା ପରେ ବି କାହିଁକି ଜଣେ ସଂକ୍ରମିତ ହେଉଛି ଏବଂ […]

vaccine

vaccine

Tapas Behera
  • Published: Saturday, 19 June 2021
  • Updated: 19 June 2021, 09:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କୋଭିଡ୍ ଟିକାର ଦୁଇଟି ଯାକ ଡୋଜ୍ ନେବାପରେ ଆପଣ ବେପରୁଆ ହେଉଛନ୍ତି କି? ଜମା ସେ ଭୁଲ୍ କରନ୍ତୁ ନାହିଁ । ଉଭୟ ଡୋଜ୍ ନେଲା ପରେ ବି କୋଭିଡ୍ ନିୟମ ମାନନ୍ତୁ, ନହେଲେ ଆପଣ ବିପଦରେ ପଡିପାରନ୍ତି।  କାରଣ ଡବଲ୍ ଡୋଜ୍ ଟିକା ନେବାପରେ ବି ଅନେକ ଲୋକ ସଂକ୍ରମିତ ହେଉଛନ୍ତି। କିଛି ଜଣଙ୍କର ଜୀବନ ବି ଗଲାଣି ତେବେ ଟିକା ନେବା ପରେ ବି କାହିଁକି ଜଣେ ସଂକ୍ରମିତ ହେଉଛି ଏବଂ କଣ ପାଇଁ ମୃତ୍ୟୁ ଘଟୁଛି ତାର ଅନୁଧ୍ୟାନ କରୁଛି ଏକ ବୈଷୟିକ କମିଟି । ଏଣେ ଡବଲ୍ ଡୋଜ୍ ନେବାପରେ ରୋଗର ସିଭିୟରିଟି କମୁଛି ଏବଂ ୮୦ ପ୍ରତିଶତ ଲୋକଙ୍କୁ ହସ୍ପିଟାଲ ଯିବାକୁପଡୁନଥିବା କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ବରିଷ୍ଠ ଆଇପିଏସ୍ ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ମୃତ୍ୟୁ ହୋଇଛି। ଦୁଇ ଡୋଜ୍ ଟିକା ନେଇସାରିବା ପରେ ବି ସେ କୋଭିଡରେ ଆକ୍ରାନ୍ତ ହୋଇ ଗୁରୁତର ହେଲେ। ଆଉ ଶେଷରେ ଆଖି ବୁଜିଲେ । ଠିକ୍ ସେଭଳି ପୁରୀ ଆଇଡିଏଚ୍ କୋଭିଡ୍ ହସପିଟାଲ୍ ଇନଚାର୍ଜ ଡାକ୍ତର ସୁଶାନ୍ତ ପଣ୍ଡା ମଧ୍ୟ ଉଭୟ ଡୋଜ୍ ଟିକା ନେବା ସତ୍ତ୍ୱେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ସୁଶାନ୍ତଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସେ ଜାନୁୟାରୀ ୨୨ରେ ପ୍ରଥମ ଡୋଜ୍ ଓ ମାର୍ଚ୍ଚ ୨୨ରେ ଦ୍ୱିତୀୟ ଡୋଜ୍ ଟିକା ନେଇଥିଲେ । ଗତ ଗୁରୁବାର ତାଙ୍କର ଦେହାନ୍ତ ହୋଇଛି।

ଏଣେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବି କହିଛନ୍ତି ଦୁଇଟି ଯାକ ଡୋଜ୍ ନେବା ପରେ ବି ଲୋକେ କୋଭିଡରେ ସଂକ୍ରମିତ ହେଉଥିବା ଦେଖାଯାଉଛି । ବିଭିନ୍ନ ଭ୍ୟାକସିନ୍ ୭୦ରୁ ୯୦ ପ୍ରତିଶତ ପ୍ରଭାବି ରହୁଛି । ତେଣୁ ଟିକା ନେବା ପରେ ମାସ୍କ ପିନ୍ଧିବା ସହିତ କୋଭିଡର ସବୁ ନିୟମ ମାନିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ତେବେ ଡବଲ ଡୋଜ୍ ନେବା ପରେ  ସିଭିୟରିଟି କମ୍ ହୋଇଥାଏ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ସେପଟେ ଡବଲ ଡୋଜ୍ ନେବା ପରେ ରାଜ୍ୟରେ କେତେ ଲୋକ ସଂକ୍ରମିତ ହୋଇଛନ୍ତି? ସେମାନଙ୍କ ମଧ୍ୟରୁ କେତେଜଣଙ୍କର ମୃତ୍ୟୁ ହୋଇଛି? ଏସବୁ ସଂପର୍କରେ ତର୍ଜମା କରିବାକୁ ଆଇଏଲ୍ସ ନିର୍ଦ୍ଦେଶକ ଅଜୟ ପରିଡାଙ୍କ ନେତୃତ୍ୱରେ ଗଠନ ହୋଇଛି ଏକ ୮ ଜଣିଆ ବୈଷୟିକ କମିଟି। ଯାହାର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଛି । ପ୍ରଥମ ଡୋଜ୍ ନେବାର କେତେଦିନ ଏବଂ ଉଭୟ ଡୋଜ୍ ଟିକା ନେବାର କେତେ ଦିନ ପରେ ଲୋକେ ସଂକ୍ରମିତ ହେଉଛନ୍ତି? ଟିକା ନେବାପରେ ବି କାହିଁକି ଗୁରୁତର ହେଉଛନ୍ତି? ଯଦି ମୃତ୍ୟୁ ହେଉଛି କାହିଁକି ହେଉଛି, ଏ ସବୁ ଉପରେ ବିସ୍ତୃତ ଭାବେ ଅନୁଧ୍ୟାନ କରିବ କମିଟି।

ICMR ତଥ୍ୟ ଅନୁସାରେ ଟିକାର ପ୍ରଥମ ଡୋଜ୍ ନେବା ପରେ ଦେଶରେ ମାତ୍ର ୦.୦୪ ପ୍ରତିଶତ ଓ ଦ୍ୱିତୀୟ ଡୋଜ୍ ନେବା ପରେ ମାତ୍ର ୦.୦୩ ପ୍ରତିଶତ ସଂକ୍ରମିତ ହୋଇଛନ୍ତି । ଉଭୟ ଡୋଜ୍ ଟିକା ନେବାପରେ ପ୍ରାୟ ୭୫-୮୦ ପ୍ରତିଶତ ଲୋକଙ୍କୁ ହସ୍ପିଟାଲ ଯିବାକୁ ପଡୁନି । କେବଳ ୮ ପ୍ରତିଶତ ଲୋକଙ୍କୁ ଅକ୍ସିଜେନ୍ ଓ ୬ ପ୍ରତିଶତଙ୍କୁ ଆଇସିୟୁ ଦରକାର ହେଉଥିବା ନୀତି ଆୟୋଗ ସଦସ୍ୟ ଭି.କେ. ପଲ୍ କହିଛନ୍ତି।

କରୋନା ବିରୋଧରେ ସଂଜୀବନୀ ସାଜିଛି ଭ୍ୟାକସିନ୍ । ଅନେକ ଭ୍ୟାକସିନ୍ ନେବା ପରେ କରୋନା ସଂକ୍ରମିତ ହେଲେ ବି ଗୁରୁତର ହେଉନାହାନ୍ତି। ତେଣୁ ସମସ୍ତେ ଟିକା ନେବା ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos