ବିଶିପଡ଼ା ଗାଁରେ ଡକାୟତି ଅଭିଯୋଗ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବିଶିପଡ଼ା ଗାଁରେ ଡକାୟତି ଅଭିଯୋଗ। ଗତକାଲି ବିଳମ୍ୱିତ ରାତିରେ ଗାଁର ଗୁଣାକର ନାୟକଙ୍କୁ ଘରକୁ ୫ ଜଣ ସଶସ୍ତ୍ର ଡକାୟତ ପଶି ଲୁଟ୍‌ ଉଦ୍ୟମ କରିଥିଲେ। ଗୁଣାକରଙ୍କ ପରିବାର ଲୋକେ ପ୍ରତିରୋଧ କରିବାରୁ ଡାକାୟତମାନେ ସେମାନଙ୍କୁ  ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଡକାୟତଙ୍କ ଆକ୍ରମଣରେ ଗୁଣାକାରଙ୍କ ପତ୍ନୀ, ପୁଅ, ବୋହୂ ଓ ନାତି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ଦେହସାରା କ୍ଷତ ଚିହ୍ନ ରହିଛି।

ଡକାୟତମାନେ ଘରେ ଥିବା ଦୁଇ ଛୋଟ ଛୁଆଙ୍କୁ ଛାଡ଼ି ଦେଇଛନ୍ତି। ଆହତମାନେ ସୁବର୍ଣ୍ଣପୁର ଡାକ୍ତରଖାନାରେ ଭର୍ତ୍ତି ହୋଛନ୍ତି। ସୁବର୍ଣ୍ଣପୁର ଏସପି ପ୍ରଫୁଲ୍ଲ ପାତ୍ର ଓ ଏସଡିପିଓ ପ୍ରଶନ୍ନ କୁମାର ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।