ଅରୁଗୁଳରେ ହେବ ଅନ୍ତର୍ଜାତୀୟ ଫାଟୁଆ ରୋଗ ଗବେଷଣା କେନ୍ଦ୍ର

ଭୁବନେଶ୍ୱର: ଆସନ୍ତାକାଲି ରାଜଧାନୀ ଉପକଣ୍ଡ ଅରୁଗୁଳରେ ଉଦ୍‌ଘାଟିତ ହେବ ଅନ୍ତର୍ଜାତୀକ ଫାଟୁଆ ରୋଗ ଗବେଷଣା କେନ୍ଦ୍ର। କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂ ଏହାକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଗବେଷଣା କେନ୍ଦ୍ର ପକ୍ଷରୁ ଗତକାଲି ଏନେଇ ସୂଚନା ଦିଆଯାଇଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେବେ। ଇଣ୍ଟର ନ୍ୟାଶନାଲ ସେଣ୍ଟର ଫର ଫୁଟ୍‌ ଆଣ୍ଡ ମାଉଥ ଡିଜିଜ୍‌ର ପ୍ରକଳ୍ପ ନିର୍ଦ୍ଦେଶକ […]

radha-mohan-singh

radha-mohan-singh

Rakesh Mallick
  • Published: Friday, 31 March 2017
  • Updated: 31 March 2017, 11:16 AM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି ରାଜଧାନୀ ଉପକଣ୍ଡ ଅରୁଗୁଳରେ ଉଦ୍‌ଘାଟିତ ହେବ ଅନ୍ତର୍ଜାତୀକ ଫାଟୁଆ ରୋଗ ଗବେଷଣା କେନ୍ଦ୍ର। କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂ ଏହାକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଗବେଷଣା କେନ୍ଦ୍ର ପକ୍ଷରୁ ଗତକାଲି ଏନେଇ ସୂଚନା ଦିଆଯାଇଛି।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେବେ।

ଇଣ୍ଟର ନ୍ୟାଶନାଲ ସେଣ୍ଟର ଫର ଫୁଟ୍‌ ଆଣ୍ଡ ମାଉଥ ଡିଜିଜ୍‌ର ପ୍ରକଳ୍ପ ନିର୍ଦ୍ଦେଶକ ଡାକ୍ତର ବ୍ରହ୍ମଦେବ ପଟ୍ଟନାୟକ କହିଛନ୍ତି,“ବର୍ତ୍ତମାନ ଆମ ଦେଶ ଫାଟୁଆ ରୋଗ କାରଣରୁ ବାର୍ଷିକ ୨୩,୦୦୦ କୋଟି ଟଙ୍କା କ୍ଷତି ସହୁଛି। ଏହି କେନ୍ଦ୍ରରେ ଫାଟୁଆ ରୋଗର ନିରାକରଣ ପାଇଁ ସମଗ୍ର ଦେଶରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos