ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କ ଗାଡି ଉପରକୁ ପୁଣି ଅଣ୍ଡାମାଡ଼

କଟକ: ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କ ଗାଡି ଉପରକୁ ପୁଣି ଅଣ୍ଡାମାଡ ହୋଇଛି। କଟକ ଗସ୍ତ ବେଳେ ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡା ମାଡ କରିଛନ୍ତି ଛାତ୍ର କଂଗ୍ରେସର ସଦସ୍ୟମାନେ। ମନ୍ତ୍ରୀ ଆଜି ସନ୍ଧ୍ୟାରେ କଟକରେ ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ରାଜ୍ୟ କାର୍ଯ୍ୟାଳୟକୁ ଉଦଘାଟନ କରିବାକୁ ଯାଉଥିବା ବେଳେ ସିଡିଏ ସେକ୍ଟର ୧୧ରେ ମନ୍ତ୍ରୀଙ୍କ ଗାଡି ଉପରକୁ ଛାତ୍ର କଂଗ୍ରେସ୍ ସଦସ୍ୟମାନେ ଅଣ୍ଡାମାଡ କରିଥିଲେ। ପରେ ପୋଲିସ ଅଣ୍ଡାମାଡ କରିଥିବା ଯୁବକଙ୍କୁ ଅଟକ ରଖିଥିଲା। ପୋଲିସ୍ ସଜାଗ ଥିଲେ ସୁଦ୍ଧା ଅନ୍ଧାରର ସୁଯୋଗ ନେଇ ଛାତ୍ର କଂଗ୍ରେସ୍ ଅଣ୍ଡାମାଡ କରିବାରେ ସଫଳ ହୋଇଥିଲା। କିଛିଦିନ ତଳେ ପୁରୀରେ ଅରୁଣ ସାହୁଙ୍କ ଗାଡି ଉପରକୁ କଂଗ୍ରେସ କର୍ମୀମାନେ ଅଣ୍ଡାମାଡ କରିଥିଲେ।