ଅରୁଣ ସାହୁଙ୍କୁ କଳାପତାକା ପ୍ରଦର୍ଶନ ପ୍ରସଙ୍ଗ: ଦାମୋଦର ରାଉତ କହିଲେ ଏହା ଦଳୀୟଲୋକଙ୍କ କାଣ୍ଡ  

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କରି ଚର୍ଚ୍ଚାକୁ ଆସିଥିବା ବିଜେଡି ଉପସଭାପତି ତଥା ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପୁଣି ଏକ ବିବାଦୀୟ ମନ୍ତବ୍ୟ। ଗତକାଲି ଭବାନୀପାଟଣାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ବେଳେ ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କୁ କଳାପତାକା ପ୍ରଦର୍ଶନ ଘଟଣା ନେଇ ଦାମ ପ୍ରତିକ୍ରିୟା ରଖିଛନ୍ତି। ଦାମ କହିଛନ୍ତି ବିରୋଧୀ ଦଳ ନୁହେଁ ଦଳୀୟ ଲୋକେ ଏଭଳି କାଣ୍ଡ ଘଟାଇଥିବା ତାଙ୍କ ପାଖରେ ଖବର ଅଛି। ଦାମଙ୍କ ଏଭଳି ମନ୍ତବ୍ୟ ବିଜେଡିର ଅନ୍ତଃନ୍ଦ୍ୱନ୍ଦକୁ […]

damodarrout

damodarrout

Rakesh Mallick
  • Published: Saturday, 03 October 2015
  • Updated: 03 October 2015, 02:51 PM IST

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କରି ଚର୍ଚ୍ଚାକୁ ଆସିଥିବା ବିଜେଡି ଉପସଭାପତି ତଥା ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପୁଣି ଏକ ବିବାଦୀୟ ମନ୍ତବ୍ୟ। ଗତକାଲି ଭବାନୀପାଟଣାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ବେଳେ ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କୁ କଳାପତାକା ପ୍ରଦର୍ଶନ ଘଟଣା ନେଇ ଦାମ ପ୍ରତିକ୍ରିୟା ରଖିଛନ୍ତି। ଦାମ କହିଛନ୍ତି ବିରୋଧୀ ଦଳ ନୁହେଁ ଦଳୀୟ ଲୋକେ ଏଭଳି କାଣ୍ଡ ଘଟାଇଥିବା ତାଙ୍କ ପାଖରେ ଖବର ଅଛି। ଦାମଙ୍କ ଏଭଳି ମନ୍ତବ୍ୟ ବିଜେଡିର ଅନ୍ତଃନ୍ଦ୍ୱନ୍ଦକୁ ପଦାରେ ପକାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏପଟେ ଦାମଙ୍କ ମନ୍ତବ୍ୟକୁ ନେଇ ଆଇନ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ କଂଗ୍ରେସର କିଛି ହାତ ଗଣତି ଯୁବକ ରାଲି ଓ ସଭାକୁ ଭଣ୍ଡୁର କରିବାକୁ ଚେଷ୍ଟା କରିଥିଲେ। ସେଥିରେ ସେ ସଫଳ ହେଲେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos