ଆଇଆଇଏମ ସମ୍ବଲପୁରର ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇଲେ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ

ସମ୍ବଲପୁର: ଆଇଆଇଏମ ସମ୍ବଲପୁରର ଅଧ୍ୟକ୍ଷା ଭାବେ ସୋମବାର ନିଯୁକ୍ତି ପାଇଛନ୍ତି ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ। ସମ୍ବଲପୁର ଆଇଆଇଏମ ସୋସାଇଟି ଓ ବୋର୍ଡ ଅଫ୍ ଗଭର୍ଣ୍ଣର୍ସର ଅଧ୍ୟକ୍ଷା ଭାବେ ସେ ଆଜି ନିଯୁକ୍ତି ପାଇଛନ୍ତି। ୨୦୧୪ରୁ ଭାରତର ପ୍ରଥମ ମହିଳା ଭାବେ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଅଧ୍ୟକ୍ଷା ଭାବେ ତୁଲାଉଛନ୍ତି। ଫୋବର୍ସ ମୋଷ୍ଟ ପାୱାରଫୁଲ ମହିଳା ତାଲିକାରେ ମଧ୍ୟ ତାଙ୍କ ନାମ ୩୬ମ ସ୍ଥାନରେ ରହିଛି।

ସେ ୧୯୭୭ରେ ଏସିବିଆଇରେ ପ୍ରୋବେସନାରୀ ଅଫିସର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୩୬ ବର୍ଷର ଚାକିରି କାଳ ମଧ୍ୟରେ ସେ ବହୁ ପଦବୀରେ ରହି ସଫଳତାର ସହ କାର୍ଯ୍ୟ କରିଛନ୍ତି।

ଗତବର୍ଷ ସେପ୍ଟେମ୍ବର ୨୩ ତାରିଖରେ ଆନୁଷ୍ଠାନିକ ଭାବେ ଆଇଆଇଏମ୍ ସମ୍ୱଲପୁର ଆରମ୍ଭ ହୋଇଥିଲ। ସ୍ଥାନୀୟ ସିଲିକନ୍ ଇନଷ୍ଟିଚ୍ୟୁଟରେ ଏହି ପ୍ରିମିୟର ଶିକ୍ଷାନୁଷ୍ଠାନର ଅସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା କରାଯାଇ ଛାତ୍ରଛାତ୍ରୀଙ୍କ ରେଜିଷ୍ଟ୍ରେସନ୍ ଓ ଓରିଏଣ୍ଟେସନ୍ କରାଯାଇଥିଲା। ଅନ୍ୟପକ୍ଷରେ ଆଇଆଇଏମ୍ ସମ୍ୱଲପୁରରେ ନାମ ଲେଖାଇଥିବା ୪୯ ଜଣଙ୍କ ମଧ୍ୟରୁ ୪୦ ଜଣ ଛାତ୍ର ଓ ୯ ଜଣ ଛାତ୍ରୀ ଅଛନ୍ତି। ଆଇଆଇଏମ୍ ଇନ୍ଦୋର ସମ୍ବଲପୁର ଆଇଆଇଏମର ମେଣ୍ଟର ରହିଛି ଥିବାରୁ ସେଠାରୁ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ୮ରୁ ଅଧିକ ଶିକ୍ଷକ ଆସୁଛନ୍ତି।