ଅସଜଡ଼ା ଘର ସଜାଡ଼ିବାକୁ କଂଗ୍ରେସର ପ୍ରୟାସ

ଭୁବନେଶ୍ୱର: ଅସଜଡ଼ା ଘର ସଜାଡ଼ିବାକୁ କଂଗ୍ରେସ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଯାଇଛି। କିଛି ଦିନ ହେଲା ଲାଗି ରହିଥିବା ଘଣ୍ଟାଚକଟା ଭିତରେ ଆଜି ଦଳର ସମନ୍ୱୟ କମିଟି ବୈଠକ ବସିଥିଲା। ବୈଠକରେ ପୁରୁଖାଠୁ ଆରମ୍ଭ କରି ଯୁବକ ସମେତ ସବୁ ନେତା ଏକାଠି ହୋଇଥିଲେ। ବୈଠକ ଜରିଆରେ ଦଳରେ ସବୁ ଠିକ ଅଛି ବୋଲି ବାର୍ତ୍ତା ଦେବାକୁ ପ୍ରୟାସ କରାଯାଇଛି। ପିସିସି ମୁଖିଆ ପ୍ରସାଦ ହରିଚନ୍ଦନ ଡାକିଥିବା ସମନ୍ୱୟ ବୈଠକରେ ଆଜି ଦେଖିବାକୁ ମିଳିଥିଲା ମୂଆ ପୁରୁଣା […]

congress

congress

Rakesh Mallick
  • Published: Sunday, 21 February 2016
  • Updated: 22 February 2016, 03:55 AM IST

Sports

Latest News

ଭୁବନେଶ୍ୱର: ଅସଜଡ଼ା ଘର ସଜାଡ଼ିବାକୁ କଂଗ୍ରେସ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଯାଇଛି। କିଛି ଦିନ ହେଲା ଲାଗି ରହିଥିବା ଘଣ୍ଟାଚକଟା ଭିତରେ ଆଜି ଦଳର ସମନ୍ୱୟ କମିଟି ବୈଠକ ବସିଥିଲା। ବୈଠକରେ ପୁରୁଖାଠୁ ଆରମ୍ଭ କରି ଯୁବକ ସମେତ ସବୁ ନେତା ଏକାଠି ହୋଇଥିଲେ। ବୈଠକ ଜରିଆରେ ଦଳରେ ସବୁ ଠିକ ଅଛି ବୋଲି ବାର୍ତ୍ତା ଦେବାକୁ ପ୍ରୟାସ କରାଯାଇଛି।

ପିସିସି ମୁଖିଆ ପ୍ରସାଦ ହରିଚନ୍ଦନ ଡାକିଥିବା ସମନ୍ୱୟ ବୈଠକରେ ଆଜି ଦେଖିବାକୁ ମିଳିଥିଲା ମୂଆ ପୁରୁଣା ନେତାଙ୍କୁ। ‘ମୁଁ ନୁହେଁ ଆମେ’ ନାରା ଦେଇ ପ୍ରସାଦ ସଭାପତି ଦାୟିତ୍ୱ ନେଇଥିଲେ। ଏହାକୁ କାର୍ଯ୍ୟରେ ପରିଣତ କରିବାକୁ ଆଜି ସେ ଉଦ୍ୟମ କରିଛନ୍ତି। ଅନ୍ୟପକ୍ଷରେ ବାଧ୍ୟବାଧକତାରେ ହେଲେ ମଧ୍ୟ ସବୁ ନେତାଙ୍କୁ ଗୋଟିଏ ସ୍ଥାନରେ ଦେଖି କଂଗ୍ରେସରେ ବି ଉତ୍ସାହ ଦେଖିବାକୁ ମିଳିଥିଲା।

ଏ ନେଇ ବିରିଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି ଯେ, ଦଳ ମଧ୍ୟରେ କିଛି ବିଭ୍ରାନ୍ତି ନାହିଁ। ପଞ୍ଚାୟତ ନିର୍ବାଚନକୁ କିପରି ଦଳ ମୁକାବିଲା କରିବ ସେ ନେଇ ସମସ୍ତେ ମତ ଦେଇଛନ୍ତି। ଦଳରେ କୌଣସି ମତଭେଦ ନାହିଁ। ତାହା ଏହି ବୈଠକରୁ ସ୍ପଷ୍ଟ ହୋଇଯାଇଛି।

ଏ ନେଇ କଂଗ୍ରେସ ବିଧାୟକ ଚିରଞ୍ଜୀବି ବିଶ୍ୱାଳ କହିଛନ୍ତି, ଦଳ ତୃଣମୂଳ ସ୍ତରରେ କିପରି ସଙ୍ଗଠିତ ହେବ ସେନେଇ ନେତାମାନେ ସେମାନଙ୍କ ମତ ରଖିଛନ୍ତି। ବିଭିନ୍ନ ସମୟରେ କଂଗ୍ରେସର ସମନ୍ୱୟ ବୈଠକ ବସି ଦଳକୁ କିପରି ସୁଦୃଢ କରାଯାଇପାରିବ ସେ ନେଇ ନେତାମାନେ ମତ ରଖିଛନ୍ତି। ଏହା ଦଳ ପାଇଁ ସହାୟକ ହେବ।

ବୈଠକରେ ଫୋକସ୍‌ରେ ଥିଲା ଦଳୀୟ ସଙ୍ଗଠନ। ଗୋଷ୍ଠୀ କନ୍ଦଳ ଉପରେ କେମିତି ଲଗାମ ଲାଗିବ ସେ ନେଇ ଆଲୋଚନା ହୋଇଥିବା କୁହାଯାଉଛି। ଏହା ବ୍ୟତୀତ ବିଜେଡି ଓ ବିଜେପିର ମୁକାବିଲା ଓ ଆଗମୀ ପଞ୍ଚାୟତ ନିର୍ବାଚନ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତକୁ ସଫଳ କରିବା ନେଇ ମଧ୍ୟ ଆଲୋଚନା କରାଯାଇଛି। ଏ ନେଇ ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ମୋଦି ଓ ନବୀନ ସରକାର ଚାଷୀଙ୍କ ପାଇଁ ଯେଉଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ତାହାକୁ ପ୍ରତିହତ କରିବାକୁ ଆଜିର ବୈଠକରେ ସର୍ବସମ୍ମତ୍ତି କ୍ରମେ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।

ଅନ୍ୟପକ୍ଷରେ ସଭାମଞ୍ଚରେ ପ୍ରସାଦ-ଭକ୍ତ କଥା କଟାକଟି, ରାହୁଲଙ୍କୁ ବେନାମୀ ଚିଠି, ଲୁଲୁ ସେନା ଗଠନ ଓ ନେତାଙ୍କ ମଧ୍ୟରେ କ୍ରମାଗତ ବୟାନବାଜିକୁ ନେଇ କଂଗ୍ରେସର ଭାବମୂର୍ତ୍ତି କ୍ଷୂର୍ଣ୍ଣ ହୋଇଥିବା ବେଳେ ଆଜିର ବୈଠକ ଦଳର ଛବି ସୁଧାରିବାରେ ସହାୟକ ହେବ ବୋଲି ଦଳୀୟ ନେତା ଆଶା ରଖିଛନ୍ତି। ସମନ୍ୱୟ ବୈଠକରେ ରାଜ୍ୟ ପ୍ରଭାରୀ ବି.କେ ହରିପ୍ରସାଦ, ସହପ୍ରଭାରୀ ଶୁଭଙ୍କର ସରକାର ପ୍ରମୁଖ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos