ଆସନ୍ତା ୧ ତାରିଖରୁ ଭୁବନେଶ୍ୱର-ନୂଆଦିଲ୍ଲୀ ମଧ୍ୟରେ ଆରମ୍ଭ ହେବ ଏୟାର ଭିସ୍ତାରାର ସିଡ୍ୟୁଡଲ ବିମାନ

ଭୁବନେଶ୍ୱର: ଆସନ୍ତା ୧ ତାରିଖରୁ ଏୟାର ଭିସ୍ତାରା ଭୁବନେଶ୍ୱର-ନୂଆଦିଲ୍ଲୀ ମଧ୍ୟରେ ଆରମ୍ଭ କରିବାକୁ ଯାଉଛି ସିଡ୍ୟୁଡଲ ବିମାନ। ତେବେ ତା’ ପୂର୍ବରୁ ଆଜି ବିମାନ ଚଳାଚଳର ପରୀକ୍ଷାମୂଳକ ଉଡ଼ାଣ କରାଯିବ। ଏଥିପାଇଁ ଏୟାର ଭିସ୍ତାରାର ଏକ ବିମାନ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିବା ଜଣାପଡିଛି । ପରୀକ୍ଷାମୂଳକ ବିମାନ ଉଡାଣର ଉଦ୍ଦେଶ୍ୟ ହେଉଛି କର୍ତ୍ତୃପକ୍ଷ ରନୱେ ପରୀକ୍ଷଣ ସହ ଯାତ୍ରୀଙ୍କୁ ବୋର୍ଡିଂ ପାସ୍ ଆବଣ୍ଟନ, ଚେକ୍ ଇନ୍, ଲଗେଜ ପରିବହନ ଆଦି କାର୍ଯ୍ୟ ସମ୍ପାଦନ କରି ନିଜ ପ୍ରସ୍ତୁତିକୁ ପରଖିବେ।