ଆସନ୍ତା ୨୮ରେ ବିଜେଡି ଆଇନଜୀବୀ ସାମୁଖ୍ୟ ସମ୍ମିଳନୀ  

କଟକ: ଆସନ୍ତା ୨୮ ତାରିଖରେ  ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ପ୍ରଥମ ରାଜ୍ୟସ୍ତରୀୟ ଆଇନଜୀବୀ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। କଟକ ବାଲିଯାତ୍ରା ପଡ଼ିଆରେ ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆଇନ ମନ୍ତ୍ରୀ ଅରୁଣ ସାହୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୧୬୦ଟି ସଂଘର ୧୦ ହଜାରରୁ ଅଧିକ ଆଇନଜୀବୀ ଏଥିରେ ଯୋଗଦେବେ। ଗ୍ରାମାଞ୍ଚଳରେ ନୂତନ କୋର୍ଟ ସ୍ଥାପନ, ସରକାରୀ ଆଇନଜୀବୀ କଲ୍ୟାଣ ପାଣ୍ଠି, ଆଇନଜୀବୀ କଲ୍ୟାଣ ସମ୍ପର୍କରେ ଆଲୋଚନା ହେବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।