ଆସନ୍ତାକାଲି ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ରାଜ୍ୟ ସମ୍ମିଳନୀ

କଟକ: ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ରାଜ୍ୟ ସମ୍ମିଳନୀ ଆସନ୍ତାକାଲି କଟକ କିଲ୍ଲାପଡିଆରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟର ବହୁ ମନ୍ତ୍ରୀ, ବିଧାୟକ ଓ ଦଳୀୟ ନେତୃବୃନ୍ଦ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସମ୍ମିଳନୀରେ ରାଜ୍ୟରୁ ୧୦ ହଜାରରୁ ଅଧିକ ଆଇନଜୀବୀ ଅଶଂଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ରବିବାର ସକାଳ ୧୦ଟାରୁ ସମ୍ମିଳନୀ ଆରମ୍ଭ ହେବ। ରାଜ୍ୟରେ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବା ସହିତ ସାଧାରଣ ଲୋକଙ୍କ ପାଖରେ ଆଇନର ସୁବିଧା ଉପଲବ୍ଧ କରାଇବା ଓ ସରକାରଙ୍କ ଜନହିତକର କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସାମ୍ମୁଖ୍ୟର ଆବାହକ ଆଇନଜୀବୀ ମିଲନ କୁମାର କାନନୁଗୋ କହିଛନ୍ତି। ଶନିବାର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଦେବାଶିଷ ସମାନ୍ତରାୟ, ସାମ୍ମୁଖ୍ୟର ଉପଦେଷ୍ଟା ଗୋପାଳକୃଷ୍ଣ ମହାନ୍ତି ପ୍ରମୁଖ ସମାବେଶ ସ୍ଥଳ ବୁଲି ଦେଖିଛନ୍ତି।