ଆସନ୍ତାକାଲି ବିଧାନସଭା ବଜେଟ୍‌ ଅଧିବେଶନ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍‌ ଅଧିବେଶନ। ଏଥର ଅଧିବେଶନରେ ଗୃହରେ ଡି’ ବ୍ରଦର୍ସଙ୍କ ପଲିଟିକାଲ ଲିଙ୍କ ଓ ରମେଶ ଜେନାଙ୍କ ଗିରଫଦାରୀକୁ ନେଇ ତାତି ଦେଖିବାକୁ ମିଳିବ। ବିରୋଧୀ ମଧ୍ୟ ଏ ନେଇ ଇସାରା ଦେଇ ସାରିଲେଣି। ଏହାସହ ଆଉ କିଛି ପ୍ରସଙ୍ଗରେ ମଧ୍ୟ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ବିରୋଧୀଙ୍କ ମୁକାବିଲା କରିବା ପାଇଁ ଆଜି ବିଜେଡିର ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ ହୋଇଛି। […]

sachibalaya

sachibalaya

Rakesh Mallick
  • Published: Monday, 14 March 2016
  • Updated: 15 March 2016, 03:26 AM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍‌ ଅଧିବେଶନ। ଏଥର ଅଧିବେଶନରେ ଗୃହରେ ଡି’ ବ୍ରଦର୍ସଙ୍କ ପଲିଟିକାଲ ଲିଙ୍କ ଓ ରମେଶ ଜେନାଙ୍କ ଗିରଫଦାରୀକୁ ନେଇ ତାତି ଦେଖିବାକୁ ମିଳିବ। ବିରୋଧୀ ମଧ୍ୟ ଏ ନେଇ ଇସାରା ଦେଇ ସାରିଲେଣି। ଏହାସହ ଆଉ କିଛି ପ୍ରସଙ୍ଗରେ ମଧ୍ୟ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ବିରୋଧୀଙ୍କ ମୁକାବିଲା କରିବା ପାଇଁ ଆଜି ବିଜେଡିର ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ ହୋଇଛି। ବଜେଟ୍‌ରେ ଅର୍ଥକାଟ ଓ କେନ୍ଦ୍ର ଅବହେଳାକୁ ବିଜେଡି ପ୍ରସଙ୍ଗ କରିବ ବୋଲି ଜଣାପଡିଛି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ରାସନକାର୍ଡ, ପାନୀୟଜଳ ସମସ୍ୟା, ଆଇନଶୃଙ୍ଖଳା ପରିସ୍ଥିତ ସହ ବିଭିନ୍ନ ସମସ୍ୟା ରହିଛି। ନିଜ ଲୋକଙ୍କ ଉପରକୁ ଯେତେ ବେଳେ ଆସିଲା ଲୋକଙ୍କ ନଜର ହଟାଇବା ପାଇଁ ବିରୋଧୀ ଦଳଙ୍କୁ ଧରିକି ବସିଲେ। ଏହା ମଧ୍ୟ ଆଲୋଚନା ହେବ।”

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ଡି’ ଲିଙ୍କ, ଟେଣ୍ଡର ଫିକ୍ସିଂ, ଚାଷୀ ଆତ୍ମହତ୍ୟା, ପାନୀୟଜଳ ସମସ୍ୟା, ବିତ୍ୟୁତ୍‌କାଟ ଆରମ୍ଭ ହୋଇଯାଇଛି। ଏହାସହ ଆଇନଶୃଙ୍ଖଳା ପରିସ୍ଥିତିକୁ ଦଳ ପ୍ରସଙ୍ଗ କରିବ।”

ବିରୋଧୀଙ୍କୁ ସମ୍ନା କରିବାକୁ ବିଜେଡି ରଣନୀତି ପ୍ରସ୍ତୁତ କରିଛି। ଆଜି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ବସି ଏ ନେଇ ଆଲୋଚନା କରାଯାଇଛି।

ନବୀନ ପଟ୍ଟନାୟକ, “ଆସନ୍ତାକାଲି ଅଧିବେଶନ ଆରମ୍ଭ ହେବ। ବିଭିନ୍ନ ଇସ୍ୟୁ ଉପରେ ଆଲୋଚନା ହେବାର ଅଛି। ଉନ୍ନୟନ ଓ ଲୋକଙ୍କ ସୁବିଧା ଲାଗି ଏକାଧିକ ବିଲ୍ ଆସିବ।”

ଆସନ୍ତା ୧୮ ତାରିଖରେ ୨୦୧୬-୧୭ ଆର୍ଥିକବର୍ଷ ପାଇଁ ରାଜ୍ୟ ବଜେଟ୍‌ ଉପସ୍ଥାପିତ ହେବ। ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟଦିବସ ରହିଛି। ଏଥିରେ ୩ଟି ନୂଆ ବିଲ୍‌ ମଧ୍ୟ ଉପସ୍ଥାପିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos