ଆସନ୍ତାକାଲି କଂଗ୍ରେସର ୧୨ ଘଣ୍ଟିଆ କଟକ ବନ୍ଦ

କଟକ: ଆସନ୍ତାକାଲି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦେଇଛି କଂଗ୍ରେସ। କଟକ ସହରର ରାସ୍ତାଘାଟ ଦୁରବସ୍ଥା, ବିପର୍ଯ୍ୟୟ ପରିମଳ ବ୍ୟବସ୍ଥା, ଜାଇକା କାମ ଯୋଗୁଁ ଉପୁଜିଥିବା ସମସ୍ୟା ଓ ସିଏମ୍‌ସିରେ ଦୁର୍ନୀତି ଆଦି ଅଭିଯୋଗ ଆଣି ନଗର କଂଗ୍ରେସ ଏହି ବନ୍ଦ ଡାକରା ଦେଇଛି। ବନ୍ଦକୁ ସମର୍ଥନ ଜଣାଇବା ପାଇଁ ସାଧାରଣ ଲୋକଙ୍କୁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି। ନଗର କଂଗ୍ରେସ ସଭାପତି ମହମ୍ମଦ ମୁକିମ କହିଛନ୍ତି, “କଟକ ସହର ପ୍ରତି ସରକାର ବୈମାତୃକ ମନୋଭାବ […]

cuttack-congress

cuttack-congress

Rakesh Mallick
  • Published: Thursday, 11 August 2016
  • Updated: 12 August 2016, 07:25 AM IST

cuttack-congressକଟକ: ଆସନ୍ତାକାଲି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦେଇଛି କଂଗ୍ରେସ। କଟକ ସହରର ରାସ୍ତାଘାଟ ଦୁରବସ୍ଥା, ବିପର୍ଯ୍ୟୟ ପରିମଳ ବ୍ୟବସ୍ଥା, ଜାଇକା କାମ ଯୋଗୁଁ ଉପୁଜିଥିବା ସମସ୍ୟା ଓ ସିଏମ୍‌ସିରେ ଦୁର୍ନୀତି ଆଦି ଅଭିଯୋଗ ଆଣି ନଗର କଂଗ୍ରେସ ଏହି ବନ୍ଦ ଡାକରା ଦେଇଛି। ବନ୍ଦକୁ ସମର୍ଥନ ଜଣାଇବା ପାଇଁ ସାଧାରଣ ଲୋକଙ୍କୁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି।

ନଗର କଂଗ୍ରେସ ସଭାପତି ମହମ୍ମଦ ମୁକିମ କହିଛନ୍ତି, “କଟକ ସହର ପ୍ରତି ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି। ରାସ୍ତାଘାଟ ଓ ନାଳ ନର୍ଦ୍ଦମା ଅବସ୍ଥା ଦୟନୀୟ ହୋଇଯାଇଛି, ସଫେଇ ନିୟମିତ ହେଉନି। ଏହାଛଡ଼ା ହୋଡିଂରେ କୋଟି କୋଟି ଟଙ୍କା ଆତ୍ମସାତ କରାଯାଇଛି।”

କଂଗ୍ରେସର ଏପରି ଅଭିଯୋଗକୁ ବିଜେଡି ଖଣ୍ଡନ କରିଛି। ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳ କହିଛନ୍ତି, “କଟକ ବିକାଶଧାରାରେ ଚାଲିଛି। ୩୦୦୦ କୋଟି ଟଙ୍କାର ଜାଇକା ପ୍ରକଳ୍ପ ଓ ମହାନଦୀରେ ୪୨୪ କୋଟି ଟଙ୍କାର ଜଳ ପ୍ରକଳ୍ପ କାମ ଚାଲିଛି। ପାଇପ୍‌ ବିଛାଇବାକୁ ନେଇ ଦେଖା ଦେଇଥିବା ସମସ୍ୟା ସମ୍ପର୍କରେ ଜାଇକା ଯନ୍ତ୍ରୀଙ୍କ ସହିତ ଆଲୋଚନା କରାଯାଇଛି। ଯେତିକି ରାସ୍ତା ଖୋଳିବେ ସେଥିରେ ପାଇପ୍‌ ବିଛା କାମ ତୁରନ୍ତ ସାରିବାକୁ କୁହାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos