ଆସନ୍ତାକାଲି ନୂଆପଡ଼ାରୁ ଆରମ୍ଭ ହେବ କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ଜନଜାଗରଣ ପଦଯାତ୍ରା

ନୂଆପଡ଼ା: ପ୍ରଦେଶ କଂଗ୍ରେସ କମିଟିର ଦ୍ୱିତୀୟ ପର୍ଯ୍ୟାୟ ଜନଜାଗରଣ ପଦଯାତ୍ରା ଶୁକ୍ରବାର ନୂଆପଡ଼ା ଜିଲ୍ଲାରୁ ଆରମ୍ଭ ହେବ। ସିନାପାଲି ବ୍ଲକ୍ ଘୁଚାଗୁଡ଼ା ଗାଁଠାରୁ ଯୁବେନପଦର ଗାଁ ପର୍ଯ୍ୟନ୍ତ ପଦଯାତ୍ରା ହେବ। ଏହି ଅବସରରେ ରାଜ୍ୟରେ ଚାଷୀ ଆତ୍ମହତ୍ୟା, ରାସନ କାର୍ଡରେ ବ୍ୟାପକ ତ୍ରୁଟି, ନାରୀ ନିର୍ଯାତନା ଓ ଭ୍ରଷ୍ଟାଚାର ବିରୋଧରେ ଲୋକଙ୍କୁ ସଚେତନ କରାଯିବ ବୋଲି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ଏହି ଅବସରରେ ଯୁବେନପଦରରେ ଏକ ସାଧାରଣ ସଭା ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି। ପଦଯାତ୍ରାରେ ପ୍ରାୟ ୩୦ ହଜାର କଂଗ୍ରେସ କର୍ମୀ ଯୋଗ ଦେବେ। ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବି.କେ. ହରପ୍ରସାଦ, ଶରତ ପଟ୍ଟନାୟକ, ନରସିଂହ ମିଶ୍ର, ଭକ୍ତ ଚରଣ ଦାସ, ପ୍ରଦୀପ ମାଝି ଏବଂ ଶୁଭଙ୍କର ସରକାର ପ୍ରମୁଖ ପଦଯାତ୍ରାରେ ଦେବାର କାର୍ଯ୍ୟକ୍ରମ ରହିଛି।