ଆସନ୍ତାକାଲିଠାରୁ ୩ଟି ସହରକୁ ଏୟାର ଓଡ଼ିଶା ବିମାନ ସେବା

ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟର ୩ଟି ପ୍ରମୁଖ ସହରକୁ ଏୟାର ଓଡ଼ିଶା ବିମାନ ଉଡ଼ିବ। ସମ୍ୱଲପୁର, ଝାରସୁଗୁଡ଼ା ଓ ଜୟପୁରକୁ ଏହି ବିମାନ ସେବା ଉପଲବ୍ଧ ହେବ। ଭୁବନେଶ୍ୱର ବିମାନବନ୍ଦରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିମାନ ସେବାର ଶୁଭାରମ୍ଭ କରିବେ। ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ଏୟାର ଓଡ଼ିଶା ବିମାନର ପରୀକ୍ଷାମୂଳକ ଉଡ଼ାଣ ହୋଇଥିଲା।