ଆସନ୍ତାକାଲିଠାରୁ ଯୁକ୍ତଦୁଇ ପ୍ରାକ୍ଟିକାଲ ପରୀକ୍ଷା: ସିସିଟିଭି କ୍ୟାମେରା ବାଧ୍ୟତାମୂଳକ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଯୁକ୍ତଦୁଇ ପ୍ରାକ୍ଟିକାଲ ପରୀକ୍ଷା। ଏଥିପାଇଁ ଉଚ୍ଚ ମାଧ୍ୟମକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ସବୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପରୀକ୍ଷା କେଉଁ ସମୟରେ ହେବ ତାହା କଲେଜ କର୍ତ୍ତୃପକ୍ଷ ସ୍ଥିର କରିବେ। ପ୍ରାକ୍ଟିକାଲ ପରୀକ୍ଷା ବେଳେ ସିସିଟିଭି କ୍ୟାମେରା ବାଧ୍ୟତାମୂଳକ କରାଯାଇଛି।

ଚଳିତବର୍ଷ ରାଜ୍ୟରେ ୩ଲକ୍ଷ ୭୩ହଜାର ଛାତ୍ରଛାତ୍ରୀ ଯୁକ୍ତଦୁଇ ପରୀକ୍ଷା ଦେବେ। କଳାରେ ୨ଲକ୍ଷ ୪୫ହଜାର, ବିଜ୍ଞାନରେ ୮୫ ହଜାର ଓ ବାଣିଜ୍ୟରେ ୩୨ ହଜାର ପିଲା ପରୀକ୍ଷା ଦେବେ। ମାର୍ଚ୍ଚ ୨ ତାରିଖରୁ ଯୁକ୍ତଦୁଇ ଥିଓରୀ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ୧୦୯୮ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ସେହିପରି ସୁରକ୍ଷିତ ଭାବେ ପ୍ରଶ୍ନପତ୍ର ରଖିବା ପାଇଁ ୨୦୩ଟି ଏକ୍ଜାମିନେସନ ମ୍ୟାନେଜମେଣ୍ଟ ହବ କରାଯାଇଥିବା ପରିଷଦ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।