ଏସିଆନ୍ ଆଥଲେଟିକସ ଚାମ୍ପିୟନସିପ୍ ପାଇଁ ଆଜିଠୁ ଟ୍ରାଫିକ କଟକଣା

ଭୁବନେଶ୍ୱର: ଏସିଆନ୍ ଆଥଲେଟିକସ ଚାମ୍ପିୟନସିପ୍ ପାଇଁ ଆଜିଠୁ ଟ୍ରାଫିକ କଟକଣା ଲାଗୁ କରିଛି କମିଶନରେଟ୍ ପୋଲିସ୍। ଆଜି ଅପରାହ୍ନ ୩ଟାରୁ ରାତି ୧୦ଟା ଯାଏ ଜୟଦେବ ବିହାର ଛକରୁ କଳିଙ୍ଗ ଷ୍ଟାଡ଼ିୟମ୍ ନିକଟ ଦ ୱାଲ୍ଡ ଛକ ପର୍ଯ୍ୟନ୍ତ ସମସ୍ତ ଯାନବାହନ ଚଳାଚଳ ବନ୍ଦ କରାଯିବ। ସେହିଭଳି ନିକୋ ପାର୍କ ଛକରୁ ଦ ୱାଲ୍ଡ ଛକ ପର୍ଯ୍ୟନ୍ତ ଆଜି ପୂର୍ବାହ୍ନ ୧୦ଟାରୁ ରାତି ୧୦ଟା ଯାଏଁ ସମସ୍ତ ଯାନବାହନ ଚଳାଚଳ ବନ୍ଦ ରହିବ। ଆଚାର୍ଯ୍ୟ ବିହାରରୁ ଜୟଦେବ […]

trafic

trafic

Rakesh Mallick
  • Published: Wednesday, 05 July 2017
  • Updated: 05 July 2017, 08:22 AM IST

Sports

Latest News

ଭୁବନେଶ୍ୱର: ଏସିଆନ୍ ଆଥଲେଟିକସ ଚାମ୍ପିୟନସିପ୍ ପାଇଁ ଆଜିଠୁ ଟ୍ରାଫିକ କଟକଣା ଲାଗୁ କରିଛି କମିଶନରେଟ୍ ପୋଲିସ୍। ଆଜି ଅପରାହ୍ନ ୩ଟାରୁ ରାତି ୧୦ଟା ଯାଏ ଜୟଦେବ ବିହାର ଛକରୁ କଳିଙ୍ଗ ଷ୍ଟାଡ଼ିୟମ୍ ନିକଟ ଦ ୱାଲ୍ଡ ଛକ ପର୍ଯ୍ୟନ୍ତ ସମସ୍ତ ଯାନବାହନ ଚଳାଚଳ ବନ୍ଦ କରାଯିବ।

ସେହିଭଳି ନିକୋ ପାର୍କ ଛକରୁ ଦ ୱାଲ୍ଡ ଛକ ପର୍ଯ୍ୟନ୍ତ ଆଜି ପୂର୍ବାହ୍ନ ୧୦ଟାରୁ ରାତି ୧୦ଟା ଯାଏଁ ସମସ୍ତ ଯାନବାହନ ଚଳାଚଳ ବନ୍ଦ ରହିବ। ଆଚାର୍ଯ୍ୟ ବିହାରରୁ ଜୟଦେବ ବିହାର ଛକ ପର୍ଯ୍ୟନ୍ତ ଆସୁଥିବା ଗାଡ଼ି ଗୁଡ଼ିକ ଓଭରବ୍ରିଜରେ ଯିବା ଆସିବା କରିବେ। କାର୍ ପାସ୍ ଥିବା ଗାଡ଼ି, ଖେଳାଳିଙ୍କ ଗାଡ଼ି ଓ ଭିଭିଆଇପି ତଥା ନିମନ୍ତ୍ରିତ ଅତିଥିଙ୍କ ଗାଡ଼ି ପାଇଁ ଏହି କଟକଣା ଲାଗୁ ହେବ ନାହିଁ।

ସେହିଭଳି ପାସଧାରୀମାନେ କଳିଙ୍ଗ ଷ୍ଟାଡ଼ିୟମ୍ ପରିସରରେ ପାର୍କିଂ ପାଇଁ ବ୍ୟବସ୍ଥା ରହିଛି। ଅନ୍ୟମାନେ ନିୟୁ ଏଜି କଲୋନୀ, ପୋଲିସ ରିଜର୍ଭ ପଡ଼ିଆ, ନୟାପଲ୍ଲୀ ରାବଣପୋଡ଼ି ପଡ଼ିଆ, ଆଶ୍ରମ ସ୍କୁଲ ତଥା ନିକୋ ପାର୍କ ରାସ୍ତାରେ ଗାଡ଼ି ପାର୍କିଂ କରି ପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos