ଆସନ୍ତାକାଲିଠାରୁ ସ୍ୱଭାବିକ ହେବ ଶ୍ରୀଲିଙ୍ଗରାଜଙ୍କ ନୀତି

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ସ୍ୱଭାବିକ ହେବ ଶ୍ରୀଲିଙ୍ଗରାଜଙ୍କ ନୀତି। ସମସ୍ୟାର ସମାଧାନ ପାଇଁ ଆଜି ପ୍ରଶାସନିକ ଅଧିକାରୀ ଓ ସେବାୟତଙ୍କ ମଧ୍ୟରେ ବୈଠକ ବସିଥିଲା। ଏଥିରେ ଆସନ୍ତା ୧୫ ଦିନ ଭିତରେ କପିଳେଶ୍ୱର ମନ୍ଦିର ବିବାଦ ତୁଟାଇବାକୁ ପ୍ରଶାସନ ପ୍ରତିଶ୍ରୁତି ଦେବା  ପରେ ସେବାୟତ ମାନେ ଆସନ୍ତାକାଲିଠାରୁ ଠାକୁରଙ୍କ ସ୍ୱାଭାବିକ ନୀତିକାନ୍ତି କରିବାକୁ ରାଜି ହୋଇଥିଲେ।

କପିଳେଶ୍ୱର ମନ୍ଦିରରେ ଖୁଣ୍ଟିଆ ଓ ମଲ୍ଲିଆ ସେବାୟତଙ୍କ ମଧ୍ୟରେ ବିବାଦ କାରଣରୁ ଏଥର ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ ହୋଇ ପାରି ନ ଥିଲା। ଏହାକୁ କେନ୍ଦ୍ର କରି ଲିଙ୍ଗରାଜ ମନ୍ଦିରର ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଲିଙ୍ଗରାଜଙ୍କ ସେବା ବନ୍ଦ କରିଦେବାରୁ ଦୁଇ ଦିନ ଧରି ଠାକୁରଙ୍କ ନୀତି ବନ୍ଦ ରହିଛି।