‘ପାଇକ ବିଦ୍ରୋହ’କୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା, ବିଧାନସଭାରେ ସରକାର ଆଣିଲେ ସଂକଳ୍ପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିରୋଧୀ ଦଳର ହଟ୍ଟଗୋଳ ଓ ଘଣ୍ଟନାଦ ଭିତରେ ଆଜି ବିଧାନସଭାରେ ‘ପାଇକ ବିଦ୍ରୋହ’କୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ନିମନ୍ତେ ରାଜ୍ୟ ସରକାର ଏକ ସଂକଳ୍ପ ପାରିତ କରାଇଛନ୍ତି। ସରକାରଙ୍କ ପକ୍ଷରୁ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହି ସଂକଳ୍ପ ପ୍ରସ୍ତାବ ଆଗତ କରିଥିବାବେଳେ ଶାସକ ଦଳର ବିଧାୟକ ଧ୍ରୁବଚରଣ ସାହୁ ସମର୍ଥନ କରିଥିଲେ ଓ ପରେ ବହୁମତ ଆଧାରରେ ଏହି ସଂକଳ୍ପ ପାରିତ ହୋଇଛି। ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା […]

Paika Bidroha

Paika Bidroha

Ordigital Desk
  • Published: Tuesday, 07 December 2021
  • Updated: 07 December 2021, 09:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିରୋଧୀ ଦଳର ହଟ୍ଟଗୋଳ ଓ ଘଣ୍ଟନାଦ ଭିତରେ ଆଜି ବିଧାନସଭାରେ ‘ପାଇକ ବିଦ୍ରୋହ’କୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ନିମନ୍ତେ ରାଜ୍ୟ ସରକାର ଏକ ସଂକଳ୍ପ ପାରିତ କରାଇଛନ୍ତି। ସରକାରଙ୍କ ପକ୍ଷରୁ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହି ସଂକଳ୍ପ ପ୍ରସ୍ତାବ ଆଗତ କରିଥିବାବେଳେ ଶାସକ ଦଳର ବିଧାୟକ ଧ୍ରୁବଚରଣ ସାହୁ ସମର୍ଥନ କରିଥିଲେ ଓ ପରେ ବହୁମତ ଆଧାରରେ ଏହି ସଂକଳ୍ପ ପାରିତ ହୋଇଛି। ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ରାଜ୍ୟ କ୍ୟାବିନେଟରେ ଏକ ସଂକଳ୍ପ ଗୃହୀତ ହେବାର ପ୍ରାୟ ସାଢ଼େ ୪ବର୍ଷ ପରେ ରାଜ୍ୟ ସରକାର ଅନୁରୂପ ସଂକଳ୍ପ ଆଜି ବିଧାନସଭାରେ ପାରିତ କରାଇଛନ୍ତି।

ଆଜି ଦ୍ୱିତୀୟାର୍ଦ୍ଧରେ ଗୃହ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ସଦସ୍ୟଙ୍କ ଘଣ୍ଟନାଦ ଓ ପ୍ଲାକାର୍ଡ ଧରି ହୋ-ହାଲ୍ଲା ଭିତରେ ବାଚସ୍ପତି ଗୃହରେ ଏହି ସଂକଳ୍ପ ଆଗତ କରାଇବା ନିମନ୍ତେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ସୁଯୋଗ ଦେଇଥିଲେ। ଶ୍ରୀ ପାଣିଗ୍ରାହୀ ଏହି ସଂକଳ୍ପ ଆଗତ କରି କହିଥିଲେ ଯେ, ୧୮୧୭ରୁ ୧୮୨୫ ମଧ୍ୟରେ ସଂଗଠିତ ପାଇକ ବିଦ୍ରୋହରେ ବହୁ ସମ୍ଭ୍ରାନ୍ତ ଜମିଦାର, ଦଳେଇ, ଦଳବେହେରାଙ୍କଠୁ ଆରମ୍ଭ କରି ପ୍ରତ୍ୟେକ ବର୍ଗର ଲୋକ ସାମିଲ ହୋଇ ଇଂରେଜ ସରକାରର ସ୍ଥିତିକୁ ଦୋହଲାଇଥିଲେ । ଇଂରେଜଙ୍କ ବିରୁଦ୍ଧରେ ଏହି ସୁସଂଗଠିତ ଗଣବିପ୍ଲବର ସୁଦୂରପ୍ରସାରୀ ପ୍ରଭାବ ପରବର୍ତ୍ତୀ ସମୟରେ ମୁକ୍ତି ସଂଗ୍ରାମକୁ ତ୍ୱରାନ୍ୱିତ କରିବାରେ ସହାୟକ ହୋଇଛି ।

ରାଜ୍ୟର ଜନସାଧାରଣଙ୍କ ଭାବାବେଗକୁ ସମ୍ମାନ ଜଣାଇ ଇତିହାସର ସଠିକ୍ ମୂଲ୍ୟାୟନ ନିମନ୍ତେ ପାଇକ ବିଦ୍ରୋହର ଦ୍ୱିଶତବାର୍ଷିକୀ ପୂର୍ତ୍ତି ପାଳନ ଅବସରରେ ୨୦୧୭ ମସିହା ଜୁଲାଇ ୧୮ତାରିଖରେ ରାଜ୍ୟ କ୍ୟାବିନେଟ ଏକ ସ୍ୱତନ୍ତ୍ର ବୈଠକରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା ନିମନ୍ତେ ଭାରତ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା। ମୁଖ୍ୟମନ୍ତ୍ରୀ ମଧ୍ୟ ଏନେଇ ଭାରତ ସରକାରଙ୍କୁ ଏକ ଚିଠି ଲେଖିଥିଲେ।

ରାଜ୍ୟ ସରକାର ପାଇକ ବିଦ୍ରୋହ ଉପରେ ରାଜ୍ୟ ସଂଗ୍ରହାଳୟରେ ଶବ୍ଦାଲୋକ ପ୍ରଦର୍ଶନ ସମ୍ବଳିତ ଏକ ପାଇକ ଗ୍ୟାଲେରୀ ପ୍ରତିଷ୍ଠା କରିବା ସହ ଖୋର୍ଦ୍ଧାର ବରୁଣେଇ ପାହାଡ଼ର ପାଦଦେଶରେ ୯.୬୮୫ ଏକର ଜମିରେ ପାଇକ ସ୍ମାରକୀ ନିର୍ମାଣ ନିମନ୍ତେ ସ୍ଥାନ ଚିହ୍ନଟ କରିଛନ୍ତି । ଜାତୀୟସ୍ତରରେ ଅଧିକ ପ୍ରଚାର ଓ ପ୍ରସାର ନିମନ୍ତେ ପାଇକ ବିଦ୍ରୋହ ଉପରେ ଆଲୋଚନା ଚକ୍ର, କର୍ମଶାଳା ଓ କବିତା ପାଠୋତ୍ସବ ମାନ ଆୟୋଜନ କରାଯାଇଛି।

ତେଣୁ ମାତୃଭୂମିକୁ ବିଦେଶୀ ଇଂରେଜ ସରକାରଙ୍କ କବଳରୁ ମୁକ୍ତି ପାଇଁ ଯେଉଁ ବିପ୍ଲବୀ ବୀରମାନେ ନିଃସ୍ୱାର୍ଥପର ବଳିଦାନ ଦେଇଛନ୍ତି ସେହିମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ ନିମନ୍ତେ ଗୃହରେ ଉପସ୍ଥିତ ସମସ୍ତ ସଦସ୍ୟମାନେ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଅଭିହିତ କରିବା ନିମନ୍ତେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସଂକଳ୍ପ ଆଗତ କରିଥିଲେ। ବହୁମତରେ ବାଚସ୍ପତି ଏହି ସଂକଳ୍ପ ପାରିତ ହେଲା ବୋଲି ଘୋଷଣା କରିଥିବାବେଳେ ସେହି ସମୟରେ ବିରୋଧୀ ସଭ୍ୟମାନେ ହଟ୍ଟଗୋଳ ଜାରି ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos