ମୌସୁମୀ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେପ୍ଟେମ୍ବର ପହିଲାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବା ବେଳେ ତା’ପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ବାଚସ୍ପତି ଦେଇଥିବା ସୂଚନା ଅନୁଯାୟୀ, କରୋନା ଯୋଗୁ ପୂର୍ବରୁ ପ୍ରଶ୍ନକାଳ ବାତିଲ ହୋଇଥିବା ବେଳେ ଏବେ ତାହା ଲାଗୁ ହେବ। ଶନିବାର ମଧ୍ୟ ବିଧାନସଭା ବସିବ। ଶନିବାର ପୂର୍ବାହ୍ନ  ୧୧ଟାରୁ ୧ଟା୩୦ ପର୍ଯ୍ୟନ୍ତ ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବସିବ ବିଧାନସଭା। […]

odisha assembly

odisha assembly

Niharika Rout
  • Published: Friday, 27 August 2021
  • Updated: 27 August 2021, 03:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେପ୍ଟେମ୍ବର ପହିଲାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବା ବେଳେ ତା'ପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା।

ବାଚସ୍ପତି ଦେଇଥିବା ସୂଚନା ଅନୁଯାୟୀ, କରୋନା ଯୋଗୁ ପୂର୍ବରୁ ପ୍ରଶ୍ନକାଳ ବାତିଲ ହୋଇଥିବା ବେଳେ ଏବେ ତାହା ଲାଗୁ ହେବ। ଶନିବାର ମଧ୍ୟ ବିଧାନସଭା ବସିବ। ଶନିବାର ପୂର୍ବାହ୍ନ  ୧୧ଟାରୁ ୧ଟା୩୦ ପର୍ଯ୍ୟନ୍ତ ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବସିବ ବିଧାନସଭା।  ଅନ୍ୟ ଦିନମାନଙ୍କରେ ସକାଳ ୧୦ଟା ୩୦ରୁ  ଅପରାହ୍ନ ୧ଟା୩୦ ପର୍ଯ୍ୟନ୍ତ ଓ ପରେ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ବିଧାନସଭା ବସିବ।

ବିଜେପିକୁ ୪ ଦିନ ପ୍ରସ୍ତାବ ରଖିବାକୁ କୁହାଯାଇଥିବା ବେଳେ  କଂଗ୍ରେସ ୨ ଦିନ ରଖିବ । ବିଧାୟକମାନେ ଓକାକ, ଲୋକସେବା ଭବନ ବା ଅନ୍ୟ ସ୍ଥାନରେ ବସିବେ। ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ହସ୍ପିଟାଲରେ ଥିବାରୁ ଚାହିଁଲେ ଭିସିରେ ଯୋଗ ଦେଇପାରିବେ ବୋଲି କହିଛନ୍ତି ବାଚସ୍ପତି। ଏଥିସହ ସମସ୍ତଙ୍କର RTPCR ଟେଷ୍ଟ ହେବ। ସବୁ ବିଧାୟକ ଓ ମନ୍ତ୍ରୀଙ୍କର ଆଣ୍ଟିବଡ଼ି ଟେଷ୍ଟ ହେବ ବୋଲି କହିଛନ୍ତି ବାଚସ୍ପତି।

ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ମରୁଡ଼ି କଥା ପ୍ରଥମେ ଉଠିବ । ତୃତୀୟ ଲହର ମୁକାବିଲା ପାଇଁ କି ବ୍ୟବସ୍ଥା ହୋଇଛି, ଡ୍ରଗ୍ସ ରୋକିବାକୁ ସରକାର କ’ଣ ବ୍ୟବସ୍ଥା ଗ୍ରହଣ କରିଛନ୍ତି, ସେ ସମ୍ପର୍କରେ ଆଲୋଚନା ହେବ।

କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର କହିଛନ୍ତି, ଓଡ଼ିଶା ସମସ୍ୟା ବହୁଳ ରାଜ୍ୟ ହୋଇଗଲାଣି। ସବୁ ବିଷୟରେ ଆଲୋଚନା କରାଯିବ। ରାଜ୍ୟରେ ଭୟଙ୍କର ମରୁଡ଼ି ଦେଖାଦେଲାଣି। ଦରଦାମ ବଢ଼ି ଚାଲିଛି। ବେକାରୀ ସମସ୍ୟା ଉତ୍କଟ ହୋଇଛି। ଆଇନ ଶୃଙ୍ଖଳା ବୋଲି କିଛି ନାହିଁ। ସବୁଠି ଦୁର୍ନୀତିର ଗନ୍ଧ। ଡାକ୍ତରଖାନାରେ ବେଡ୍‌ ନାହିଁ କି ଡାକ୍ତର ନାହାନ୍ତି। ସ୍କୁଲରେ ମାଷ୍ଟର ନାହାନ୍ତି। ଏ ସବୁ ବିଷୟରେ ଆଲୋଚନା କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos