ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ କୃଷି ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ

ପଦ୍ମପୁର (ଓଡ଼ିଶା ରିପୋର୍ଟର): ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଲେ ଆଉ ଜଣେ ସରକାରୀ ବାବୁ। ବିନା ଲାଇସେନ୍ସରେ ସାର ଦୋକାନ ଖୋଲିବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ୍ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ। ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହ ପ୍ରଣୟଙ୍କୁ ଗିରଫ କରି ପଚରାଉଚରା କରୁଛି। ଏହାସହ ଭିଜିଲାନ୍ସ ପ୍ରଣୟଙ୍କ ଭୁବନେଶ୍ୱରର ଶୈଳଶ୍ରୀ ବିହାର ସ୍ଥିତ ଘର, […]

Asst Block Officer

Asst Block Officer

Tapaswini Nayak
  • Published: Tuesday, 09 August 2022
  • Updated: 09 August 2022, 01:32 PM IST

Sports

Latest News

ପଦ୍ମପୁର (ଓଡ଼ିଶା ରିପୋର୍ଟର): ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଲେ ଆଉ ଜଣେ ସରକାରୀ ବାବୁ। ବିନା ଲାଇସେନ୍ସରେ ସାର ଦୋକାନ ଖୋଲିବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ୍ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ। ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହ ପ୍ରଣୟଙ୍କୁ ଗିରଫ କରି ପଚରାଉଚରା କରୁଛି। ଏହାସହ ଭିଜିଲାନ୍ସ ପ୍ରଣୟଙ୍କ ଭୁବନେଶ୍ୱରର ଶୈଳଶ୍ରୀ ବିହାର ସ୍ଥିତ ଘର, କଟକ ତିନିଘରିଆରେ ଥିବା ପୈତୃକ ଘର ଓ ପାଇକମାଳରେ ଥିବା ସରକାରୀ ବାସଭବନରେ ଚଢ଼ାଉ କରିଛି।

ପାଇକମାଳରେ ଜଣେ ଦୋକାନୀ ଉଚ୍ଚା ଦରରେ ସାର ବିକ୍ରି କରୁଥିଲେ। କୃଷି ବିଭାଗର ଅଧିକାରୀମାନେ ଖବର ପାଇ ତାଙ୍କ ଦୋକାନରେ ଚଢ଼ାଉ କରିଥିଲେ। ଏହାସହ ଦୋକାନର ଲାଇଲେନ୍ସକୁ ସିଜ୍‌ କରିଥିଲେ। ସାର ଦୋକାନୀ ଜଣଙ୍କ ଲାଇସେନ୍ସ ରିନ୍ୟୁ କରିବା ପାଇଁ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀଙ୍କ ପାଖକୁ ଯାଇଥିଲେ। ତେବେ ପ୍ରଣୟ କୁମାର ମନ୍ତ୍ରୀ ସେଠାରେ ଦୋକାନୀଙ୍କୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗ ଅନୁଯାୟୀ, ସେ ସାର ଦୋକାନୀଙ୍କୁ କହିଥିଲେ ଯେ ତାଙ୍କର ଲାଇସେନ୍ସ ରିନ୍ୟୁ ହୋଇପାରିବ ନାହିଁ। ଏଥିପାଇଁ ସମୟ ଲାଗିବ। ଏହା ସହିତ ସେ ସାର ଦୋକାନରଙ୍କୁ ବିନା ଲାଇଲେନ୍ସରେ ଦୋକାନ ଖୋଲିବାକୁ କହିବା ସହ ପରେ ଲାଇସେନ୍ସ ରିନ୍ୟୁ କରାଇ ଦେବେ ବୋଲି ପ୍ରଣୟ କହିଥିଲେ ଓ ଏଥିପାଇଁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ।

ସାର ଦୋକାନୀ ଜଣଙ୍କ କୃଷି ଅଧିକାରୀଙ୍କ କଥାରେ ରାଜି ହୋଇଯାଇଥିଲେ। ଏହା ସହିତ ଏ ସଂପର୍କରେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।

କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀଙ୍କ ନିର୍ଦ୍ଦେଶ ପ୍ରକାରେ ଲାଞ୍ଚ ଟଙ୍କା ଦେବା ପାଇଁ ସାର ଦୋକାନୀ ଜଣଙ୍କ ଆଜି ପାଇକମାଳ ବସ୍‌ଷ୍ଟାଣ୍ଡରେ ପହଞ୍ଚିଥିଲେ। ସେଠାରେ ପ୍ରଣୟ କୁମାର ମନ୍ତ୍ରୀ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଲୁଚି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରି ପକାଇଥିଲେ। ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ଭିଜିଲାନ୍ସ ଟିମ୍‌ ଏଥିରେ ସାମିଲ ହୋଇଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos