ଏଟି ଚିଟ୍‌ଫଣ୍ଡ ଠକେଇ: ପ୍ରଦୀପଙ୍କ ସମେତ ୫ ଜଣଙ୍କୁ ଜେରା କରିବ ଏସ୍‌ଏଫ୍‌ଆଇଓ

ଭୁବନେଶ୍ୱର: ଅର୍ଥତତ୍ତ୍ୱ(ଏଟି) ଚିଟ୍‌ଫଣ୍ଡ ମାମଲାରେ ମୁଖ୍ୟ ପ୍ରଦୀପ ସେଠୀଙ୍କ ସମେତ ୫ ଜଣଙ୍କୁ ଜେରା କରିବ ସ୍ପେଶାଲ ଫ୍ରଡ୍‌ ଇନ୍‌ଭେଷ୍ଟିଗେସନ୍‌ ଅଫିସର(ଏସ୍‌ଏଫ୍‌ଆଇଓ)। ସେମାନେ ହେଲେ ଜ୍ୟୋତିପ୍ରକାଶ ପଟ୍ଟନାୟକ, ଶ୍ରୀକୃଷ୍ଣ ପାଢ଼ୀ, ଦୀପକ ପାରେଖ ଓ ମନୋଜ ପଟ୍ଟନାୟକ।

ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ମାସେ ମଧ୍ୟରେ ଅଭିଯୁକ୍ତଙ୍କୁ ଜେରା କରି ରିପୋର୍ଟ ଦେବାକୁ କୋର୍ଟ କହିଛନ୍ତି।