ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ୍ ଠକେଇ: ହାଇକୋର୍ଟରେ ଇନ୍ଦୁ ଦିୱାନଙ୍କ ଜାମିନ ଆବେଦନ ଖାରଜ
କଟକ: ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ୍ ଠକେଇ ଅଭିଯୋଗରେ ଗିରଫ ହୋଇ ଜେଲ୍ରେ ଥିବା ଇନ୍ଦୁ ଦେୱାନଙ୍କ ଜାମିନ ଆବେଦନ ଆଜି ହାଇକୋର୍ଟରେ ଖାରଜ ହୋଇଯାଇଛି। ଇନ୍ଦୁ ଏବେ ଝାରପଡ଼ା ଜେଲ୍ରେ ଅଛନ୍ତି। ମୁମ୍ବାଇର ମଡେଲ୍ ପ୍ରୀତି ଭାଟିଆଙ୍କ ସଂପର୍କୀୟା ଭଉଣୀ ହେଉଛନ୍ତି ଇନ୍ଦୁ।
ଏଟି ଗ୍ରୁପ୍ ମୁଖ୍ୟ ପ୍ରଦୀପ ସେଠୀଙ୍କ ଠାରୁ ଇନ୍ଦୁ ପ୍ରୀତି ଭାଟିଆଙ୍କ ମାଧ୍ୟମରେ ପ୍ରଚୁର ଟଙ୍କା ନେଇଥିବା ଅଭିଯୋଗ ରହିଥିଲା। ସିବିଆଇ ଏହି ମାମଲାରେ ଇନ୍ଦୁ ଦିୱାନଙ୍କ ଭୂମିକାକୁ ନେଇ ତଦନ୍ତ କରୁଥିଲା। ଗିରଫଦାରୀ ଏଡ଼ାଇବା ପାଇଁ ଇନ୍ଦୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ତେବେ କୋର୍ଟ ତାଙ୍କୁ ଆଗୁଆ ଜାମିନ ଦେଇ ନ ଥିଲେ। ସିବିଆଇ ତାଙ୍କୁ ପୂର୍ବରୁ ୫ ଥର ଡାକି ପଚରାଉଚରା କରିଥିଲା। ୨୦୧୫ ଅକ୍ଟୋବର ୧୭ ତାରିଖରେ ସିବିଆଇ ତାଙ୍କୁ ଷଷ୍ଠ ଥର ପାଇଁ ଜେରା କରିବାକୁ ଡାକିବା ସହିତ ଗିରଫ କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।